न्यूज़रूम ओडिशा
ब्रेकिंग
ओडिया समाचार

ଦୂରଦର୍ଶନରେ ‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ନେଇ ବିବାଦ, ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଏକ ‘ନିରବ ପ୍ରୟାସ’ ବୋଲି କଂଗ୍ରେସ ଅଭିଯୋଗ କରିଛି । ‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ପାଇଁ ଦୂରଦର୍ଶନର ନିଷ୍ପତ୍ତିକୁ କେରଳର ବାମପନ୍ଥୀ ସରକାର ଏବଂ ରାଜ୍ୟର [...]

Admin•5 अप्रैल 2024
Share Article:

ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଏକ ‘ନିରବ ପ୍ରୟାସ’ ବୋଲି କଂଗ୍ରେସ ଅଭିଯୋଗ କରିଛି ।

‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ପାଇଁ ଦୂରଦର୍ଶନର ନିଷ୍ପତ୍ତିକୁ କେରଳର ବାମପନ୍ଥୀ ସରକାର ଏବଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦୃଢ଼ ବିରୋଧ କରିଛନ୍ତି। ଦୂରଦର୍ଶନ ଆଜି (ଏପ୍ରିଲ୍ ୫) ଏହି ଫିଲ୍ମର ପ୍ରସାରଣ କରିବାକୁ ଘୋଷଣା କରିଛି ।

ରାଜ୍ୟର ଶାସକ ସିପିଆଇ(ଏମ୍)ର ଯୁବ ଶାଖା ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡିଓ୍ବାଇ ଏଫ୍ଆଇ) ଶୁକ୍ରବାର ଏହି ଚଳଚ୍ଚିତ୍ରର ପ୍ରସାରଣ ନିଷ୍ପତ୍ତି ବିରୋଧରେ ଦୂରଦର୍ଶନର ଥିରୁବନନ୍ତପୁରମ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ବିଧାନସଭାରେ ବିରୋଧୀ ଦଳର ନେତା ଭି.ଡି ସତୀଶନ ଆଜି (ଶୁକ୍ରବାର) ନିର୍ବାଚନ କମିଶନଙ୍କ ନିକଟକୁ ଏକ ଚିଠି ଲେଖି ”ଦି କେରଳା ଷ୍ଟୋରି” ଚଳଚ୍ଚିତ୍ରର ପ୍ରସାରଣ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦୂରଦର୍ଶନକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତିି । ଏହି ଫିଲ୍ମ ’ମିଥ୍ୟା ଦାବି ଉପରେ ଆଧାରିତ ଏବଂ ଏଥିରେ ରାଜ୍ୟବାସୀଙ୍କ ନିରାଶାଜନକ ଚିତ୍ର ଉପସ୍ଥାପନ କରିବାକୁ ପ୍ରୟାସ କରାଯାଇଛି। ଦେଶକୁ ସାମ୍ପ୍ରଦାୟିକ ସ୍ତରରେ ବିଭାଜନ କରିବା ପାଇଁ ଏହା ସଂଘ ପରିବାରର ବିଷମୟ ଏଜେଣ୍ଡାର ଏକ ଅଂଶ ବୋଲି ସେ ଅଭିଯୋଗ କରିଛନ୍ତିି ।

‘ଦି କେରଳା ଷ୍ଟୋରି” ଚଳଚ୍ଚିତ୍ରର ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତିକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଗୁରୁବାର ନିନ୍ଦା କରିଥିଲେ । ଏହି ବିବାଦୀୟ ଚଳଚ୍ଚିତ୍ରର ପ୍ରସାରଣ ବନ୍ଦ କରିବାକୁ ଦୂରଦର୍ଶନକୁ କହିଥିଲେ ବିଜୟନ । ସେ କହିଥିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଫିଲ୍ମର ପ୍ରସାରଣ ବେଶରେ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବ ।

#Odia#Odisha#News
Share Article:

Related Articles