न्यूज़रूम ओडिशा
ब्रेकिंग
ओडिया समाचार

ବିଜେପି ସରକାର ବିରୋଧରେ କଂଗ୍ରେସ ଜାରି କଲା ‘ବ୍ଲାକ୍ ପେପର’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଗୁରୁବାର ‘ବ୍ଲାକ୍ ପେପର’ ଜାରି କରିଛି । ଏଥିରେ ଗତ ୧୦ ବର୍ଷର ବିଜେପି ଶାସନରେ ଦରବୃଦ୍ଧି, ବେକାରୀ, ସାମାଜିକ ନ୍ୟାୟ, କୃଷକ ଆଦି ପ୍ରସଙ୍ଗରେ ସରକାରଙ୍କ ‘ବିଫଳତା’ ଉଲ୍ଲେଖ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ‘ବ୍ଲାକ୍ ପେପର’ ଜାରି କରିଛନ୍ତି। ଦଳ ଏହାର ଶୀର୍ଷକ ରଖିଛି ‘ଅନ୍ୟାୟର ୧୦ ବର୍ଷ’ । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀ ନିଜ [...]

Admin•8 फ़रवरी 2024
Share Article:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଗୁରୁବାର ‘ବ୍ଲାକ୍ ପେପର’ ଜାରି କରିଛି । ଏଥିରେ ଗତ ୧୦ ବର୍ଷର ବିଜେପି ଶାସନରେ ଦରବୃଦ୍ଧି, ବେକାରୀ, ସାମାଜିକ ନ୍ୟାୟ, କୃଷକ ଆଦି ପ୍ରସଙ୍ଗରେ ସରକାରଙ୍କ ‘ବିଫଳତା’ ଉଲ୍ଲେଖ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ‘ବ୍ଲାକ୍ ପେପର’ ଜାରି କରିଛନ୍ତି। ଦଳ ଏହାର ଶୀର୍ଷକ ରଖିଛି ‘ଅନ୍ୟାୟର ୧୦ ବର୍ଷ’ ।

କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀ ନିଜ ବିଫଳତା ଲୁଚାଇଥିବା ଅଭିଯୋଗ କରିଛନ୍ତି ଖଡ଼ଗେ । ତେଣୁ ଏହି ସରକାର ବିରୋଧରେ ‘ବ୍ଲାକ୍ ପେପର’ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତିି।

ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କବେଳେ ମୋଦୀ ସରକାର କଂଗ୍ରେସ ନେତୃତ୍ଵାଧୀନ
ୟୁପିଏର ୧୦ ବର୍ଷ ଶାସନକାଳରେ ଅର୍ଥନୈତିକ ବିଫଳତା ସମ୍ପର୍କରେ ଏକ ‘ଶ୍ବେତପତ୍ର’ ଜାରି କରିବାକୁ ଘୋଷଣା କରିଥିଲେ । ଏହାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ମୋଦୀ ସରକାର ବିରୋଧରେ ଏହି ‘ବ୍ଲାକ୍ ପେପର’ ଜାରି କରିଛି ।

#Odia#Odisha#News
Share Article:

Related Articles