न्यूज़रूम ओडिशा
ब्रेकिंग
ओडिया समाचार

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ଝଟକା, ୭୫୨ କୋଟିର ସମ୍ପତ୍ତି ଜବତକୁ ବୈଧ କହିଲେ କୋର୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପରିଚାଳନା କରୁଥିବା କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜିଏଲ୍) ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି। ଏହି ମାମଲାରେ ଏଜିଏଲ୍ ଏବଂ ୟଙ୍ଗ ଇଣ୍ଡିଆର ୭୫୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। କେନ୍ଦ୍ରୀୟ ଏଜେନ୍ସିର ଏହି ଆକ୍ସନକୁ କୋର୍ଟ ବୈଧ [...]

Admin•11 अप्रैल 2024
Share Article:

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପରିଚାଳନା କରୁଥିବା କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜିଏଲ୍) ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି। ଏହି ମାମଲାରେ ଏଜିଏଲ୍ ଏବଂ ୟଙ୍ଗ ଇଣ୍ଡିଆର ୭୫୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। କେନ୍ଦ୍ରୀୟ ଏଜେନ୍ସିର ଏହି ଆକ୍ସନକୁ କୋର୍ଟ ବୈଧ ବୋଲି କହି କାଏମ ରଖିଛନ୍ତି।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡି ଜେରାର ସମ୍ମୁଖୀନ ହେଇଥିଲେ। ୟଙ୍ଗ ଇଣ୍ଡିଆରେ ରାହୁଲ ଏବଂ ସୋନିଆଙ୍କ ୭୬ ପ୍ରତିଶତ ଅଂଶଧନ ରହିଛି।

#Odia#Odisha#News
Share Article:

Related Articles