न्यूज़रूम ओडिशा
ब्रेकिंग
ओडिया समाचार

ଜାନୁଆରୀ ୨୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଛୁଟି ଦେବା ନେଇ ପ୍ରଶ୍ନ ଉଠାଇଲା ସିପିଆଇ-ଏମ୍, କହିଲା ନିଷ୍ପତ୍ତି ସମ୍ବିଧାନ ବିରୋଧୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସୋମବାର (ଜାନୁୟାରୀ ୨୨) ହେବ। ଏଥିପାଇଁ ସେହି ଦିନ କେନ୍ଦ୍ର କର୍ମଚାରୀମାନଙ୍କୁ ସରକାର ଅଧା ଦିନ ଛୁଟି ଦେଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସିପିଆଇ (ଏମ୍) ବିରୋଧ କରିଛି। ସିପିଆଇ (ଏମ୍) ପଲିଟବ୍ୟୁରୋ ସରକାରଙ୍କ ନିଷ୍ପତ୍ତିକୁ ସମ୍ବିଧାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ବିରୁଦ୍ଧ ବୋଲି କହିଛି । ରାଷ୍ଟ୍ର ଧାର୍ମିକ ପ୍ରସଙ୍ଗରୁ ମୁକ୍ତ ହେବା ଉଚିତ ବୋଲି ସିପିଆଇ (ଏମ୍) କହିଛି। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା [...]

Admin•20 जनवरी 2024
Share Article:

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସୋମବାର (ଜାନୁୟାରୀ ୨୨) ହେବ। ଏଥିପାଇଁ ସେହି ଦିନ କେନ୍ଦ୍ର କର୍ମଚାରୀମାନଙ୍କୁ ସରକାର ଅଧା ଦିନ ଛୁଟି ଦେଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସିପିଆଇ (ଏମ୍) ବିରୋଧ କରିଛି। ସିପିଆଇ (ଏମ୍) ପଲିଟବ୍ୟୁରୋ ସରକାରଙ୍କ ନିଷ୍ପତ୍ତିକୁ ସମ୍ବିଧାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ବିରୁଦ୍ଧ ବୋଲି କହିଛି । ରାଷ୍ଟ୍ର ଧାର୍ମିକ ପ୍ରସଙ୍ଗରୁ ମୁକ୍ତ ହେବା ଉଚିତ ବୋଲି ସିପିଆଇ (ଏମ୍) କହିଛି।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦୃଷ୍ଟିରୁ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଦେଶର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କମ୍ପାନୀ, ଆର୍ଥିକ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କର୍ମଚାରୀମାନେ ଯେଭଳି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇପାରିବେ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି |

ସିପିଆଇ (ଏମ୍) କହିଛି, “ ଧାର୍ମିକ ବିଶ୍ୱାସ ଏବଂ ଆସ୍ଥା କର୍ମଚାରୀମାନଙ୍କ ବ୍ୟକ୍ତିଗତ ଅଧିକାର । କିନ୍ତୁ ସରକାର ଏଭଳି ସର୍କୁଲାର ଜାରି କରି କ୍ଷମତାର ଅପବ୍ୟବହାର କରିଛନ୍ତିି ।

#Odia#Odisha#News
Share Article:

Related Articles