न्यूज़रूम ओडिशा
ब्रेकिंग
ओडिया समाचार

ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ଗିରଫ କରାଯାଇଛି। ସ୍ପେଶାଲ୍ ସେଲର ଡିସିପି ହେମନ୍ତ ତିୱାରୀ ଏହି ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଯୁବକକୁ ଦକ୍ଷିଣ ଭାରତରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯାଉଛି । ରଶ୍ମିକା ମନ୍ଧାନାଙ୍କ ଏକ ଡିପ୍ ଫେକ୍ ଭିଡିଓ ନଭେମ୍ବର ୬ରେ ଇଣ୍ଟରନେଟ୍ [...]

Admin•20 जनवरी 2024
Share Article:

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ଗିରଫ କରାଯାଇଛି। ସ୍ପେଶାଲ୍ ସେଲର ଡିସିପି ହେମନ୍ତ ତିୱାରୀ ଏହି ସୂଚନା ଦେଇଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଯୁବକକୁ ଦକ୍ଷିଣ ଭାରତରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯାଉଛି ।

ରଶ୍ମିକା ମନ୍ଧାନାଙ୍କ ଏକ ଡିପ୍ ଫେକ୍ ଭିଡିଓ ନଭେମ୍ବର ୬ରେ ଇଣ୍ଟରନେଟ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦିଲ୍ଲୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହା ପରେ ପୋଲିସ ବିଭିନ୍ନ ସୋସିଆଲ ମିଡ଼ିଆ କମ୍ପାନୀକୁ ଚିଠି ଲେଖି ରଶ୍ମିକାଙ୍କ ଡିପ୍ ଫେକ୍ ଭିଡ଼ିଓର ଉତ୍ସ ସମ୍ପର୍କରେ ତଥ୍ୟ ମାଗିଥିଲା।

#Odia#Odisha#News
Share Article:

Related Articles