न्यूज़रूम ओडिशा
ब्रेकिंग
ओडिया समाचार

ପୁଣି ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ୍, ୧୦ ରନରେ ହାରିଲା ମୁମ୍ବାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ପୁଣି ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି। ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଥିଲା। ମୁମ୍ବାଇ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା । କିନ୍ତୁ ଦଳ [...]

Admin•27 अप्रैल 2024
Share Article:

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ପୁଣି ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି। ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଥିଲା। ମୁମ୍ବାଇ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା । କିନ୍ତୁ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ମୁମ୍ବାଇ ପକ୍ଷରୁ ତିଳକ ବର୍ମା ସର୍ବାଧିକ ୬୩ ରନ୍ କରିଥିବା ବେଳେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ଓ ଟିମ୍ ଡେଭିଡ୍ ୩୭ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଇଶାନ୍ କିଶନ ୨୦ ରନ୍ କରିଥିଲେ। ଦିଲ୍ଲୀ ତରଫରୁ ରସିଖ ସଲାମ ଏବଂ ମୁକେଶ କୁମାର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଖାଲିଲ ଅହମ୍ମଦଙ୍କୁ ୨ଟି ସଫଳତା ମିଳିଥିଲା ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଦିଲ୍ଲୀ ପକ୍ଷରୁ ଯୁବ ଓପନର ଜ୍ୟାକ୍ ଫ୍ରେଜର-ମ୍ୟାଗର୍କ ମାତ୍ର ୨୭ ବଲରେ ବିସ୍ଫୋରକ ୮୪ ରନ୍ କରିଥିଲେ। ସେ ୧୧ ଚୌକା ଓ ୬ଟି ଛକା ମାରିଥିଲେ। ଟ୍ରିଷ୍ଟନ ଷ୍ଟବ୍ସ ୪୭ ରନ୍ କରିଥିବା ବେଳେ ଶାଇ ହୋପ ୪୧ ରନର ଯୋଗଦାନ କରିଥିଲେ। ମୁମ୍ବାଇ ତରଫରୁ ଲୁକ ଉଡ୍, ଜସପ୍ରୀତ ବୁମରା, ପୀୟୁଷ ଚାୱଲା ଏବଂ ମହମ୍ମଦ ନବୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଦିଲ୍ଲୀ ୧୦ଟି ମ୍ୟାଚରୁ ୫ ବିଜୟ ସହ ବର୍ତ୍ତମାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇ ୯ଟି ମ୍ୟାଚରୁ ଷଷ୍ଠ ପରାଜୟ ସହ ନବମ ସ୍ଥାନରେ ରହିଛି ।

#Odia#Odisha#News
Share Article:

Related Articles