न्यूज़रूम ओडिशा
ब्रेकिंग
ओडिया समाचार

ଗୁଜରାଟ ଟାଇଟନ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମ୍ମଦାବାଦ: ଆଇପିଏଲର ୩୨ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଗୁଜରାଟ ଟାଇଟନ୍ସକୁ ୬ ୱିକେଟରେ ହରାଇ ଦେଇଛି। ଗୁଜରାଟ ପ୍ରଦତ୍ତ ୯୦ ରନ୍‌ର ଟାର୍ଗେଟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ତରଫରୁ ଓପନର୍ ଜ୍ୟାକ୍ ଫ୍ରେଜର-ମାଗାର୍କ ୧୦ଟି ବଲରେ ୨୦ ରନ୍ କରିଥିବା ବେଳେ ଶାଇ ହୋପ୍ ୧୦ବଲରେ ୧୯ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ରିଷଭ ପନ୍ତ ୧୬ ରନ୍ କରି ଅପରାଜିତ [...]

Admin•17 अप्रैल 2024
Share Article:

ଅହମ୍ମଦାବାଦ: ଆଇପିଏଲର ୩୨ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଗୁଜରାଟ ଟାଇଟନ୍ସକୁ ୬ ୱିକେଟରେ ହରାଇ ଦେଇଛି। ଗୁଜରାଟ ପ୍ରଦତ୍ତ ୯୦ ରନ୍‌ର ଟାର୍ଗେଟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ତରଫରୁ ଓପନର୍ ଜ୍ୟାକ୍ ଫ୍ରେଜର-ମାଗାର୍କ ୧୦ଟି ବଲରେ ୨୦ ରନ୍ କରିଥିବା ବେଳେ ଶାଇ ହୋପ୍ ୧୦ବଲରେ ୧୯ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ରିଷଭ ପନ୍ତ ୧୬ ରନ୍ କରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ସନ୍ଦୀପ ଦୁଇଟି ୱିକେଟ୍ ନେଇଥିଲେ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ହେଲେ ଗୁଜରାଟ ଟାଇଟନ୍ସ ୧୭.୩ ଓଭରରେ ମାତ୍ର ୮୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଆଇପିଏଲରେ ଟାଇଟନ୍ସର ଏହା ସର୍ବନିମ୍ନ ସ୍କୋର | ଏହା ପୂର୍ବରୁ ଦଳର ସର୍ବନିମ୍ନ ସ୍କୋର ଥିଲ ୧୨୫ ରନ୍, ଯାହା ଦଳ ଗତ ସିଜନରେ ଦିଲ୍ଲୀ ବିପକ୍ଷରେ କରିଥିଲା।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଏବଂ ଟ୍ରିଆଷ୍ଟ ଷ୍ଟବ୍ସ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ। ଗୁଜରାଟ ତରଫରୁ ରସିଦ ଖାନ ସର୍ବାଧିକ ୩୧ ରନ୍ କରିଥିଲେ ।

ଏହି ସହଜ ବିଜୟ ପରେ ଦିଲ୍ଲୀ ପଏଣ୍ଟ ଟେବୁଲରେ ନବମରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ରିଷଭ ପନ୍ତଙ୍କ ଦଳ ୭ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଥିବା ବେଳେ ୬ ପଏଣ୍ଟ ହାସଲ କରିଛି | ଦଳକୁ ୪ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଗୁଜରାଟ ପଏଣ୍ଟ ଟେବୁଲରେ ୭ ନମ୍ବରକୁ ଖସି ଆସିଛି। ଦଳ ୭ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଥିବା ବେଳେ ୪ଟି ମ୍ୟାଚ୍‌ ହାରିଛି ।

#Odia#Odisha#News
Share Article:

Related Articles