न्यूज़रूम ओडिशा
ब्रेकिंग
ओडिया समाचार

ଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀ

ନୂଆଦିଲ୍ଲୀ: ଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀର ମାନ୍ୟତା ପାଇଛି । ଏହି ଖବର ଦେଶବାସୀ, ବିଶେଷ କରି ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାଜନକ ବିଷୟ। ଏହାଛଡ଼ା ବିହାରର ବେଗୁସରାଇ ବିଶ୍ବର ସବୁଠୁ ପ୍ରଦୂଷିତ ମହାନଗର ଭାବେ ଉଭା ହୋଇଛି। ସ୍ୱିସ୍ ସଂସ୍ଥା ‘ଆଇକ୍ୟୁଏୟାର’ ଦ୍ବାରା ଜାରି ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ୧୩୪ଟି ଦେଶ ମଧ୍ୟରେ ବାଂଲାଦେଶ ଓ ପାକିସ୍ତାନ ପଛରେ ଭାରତ ତୃତୀୟ ସର୍ବାଧିକ ନିକୃଷ୍ଟ ବାୟୁ ଗୁଣବତ୍ତା ଥିବା [...]

Admin•19 मार्च 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀର ମାନ୍ୟତା ପାଇଛି । ଏହି ଖବର ଦେଶବାସୀ, ବିଶେଷ କରି ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାଜନକ ବିଷୟ। ଏହାଛଡ଼ା ବିହାରର ବେଗୁସରାଇ ବିଶ୍ବର ସବୁଠୁ ପ୍ରଦୂଷିତ ମହାନଗର ଭାବେ ଉଭା ହୋଇଛି।

ସ୍ୱିସ୍ ସଂସ୍ଥା ‘ଆଇକ୍ୟୁଏୟାର’ ଦ୍ବାରା ଜାରି ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ୧୩୪ଟି ଦେଶ ମଧ୍ୟରେ ବାଂଲାଦେଶ ଓ ପାକିସ୍ତାନ ପଛରେ ଭାରତ ତୃତୀୟ ସର୍ବାଧିକ ନିକୃଷ୍ଟ ବାୟୁ ଗୁଣବତ୍ତା ଥିବା ଦେଶ ଭାବେ ସ୍ଥାନ ପାଇଛି । ୨୦୨୨ ମସିହାରେ ଭାରତ ଅଷ୍ଟମ ପ୍ରଦୂଷିତ ଦେଶ ଥିଲା । ଏହାଛଡ଼ା ବେଗୁସରାଇ ବିଶ୍ୱର ସବୁଠୁ ପ୍ରଦୂଷିତ ମହାନଗର ନିଗମ ଭାବେ ନାମିତ ହୋଇଛି। ୨୦୨୨ ତାଲିକାରେ ଏହି ସହରର ନାମ ନଥିଲା ।

୨୦୧୮ ରୁ କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀର ମାନ୍ୟତା ପାଇଛି | ଏହି ରିପୋର୍ଟରେ କୁହାଯାଇଛି, ଭାରତର ୧୩୬ କୋଟି ଲୋକ ବାୟୁରେ ପିଏମ୍ ୨.୫ (ପ୍ରଦୂଷଣ ମାତ୍ରା) ସାନ୍ଧ୍ରତା ଅନୁଭବ କରନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ବାର୍ଷିକ ଗାଇଡଲାଇନ ସ୍ତର ୫ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟର ଠାରୁ ଅଧିକ ।

#Odia#Odisha#News
Share Article:

Related Articles