ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା: କେଉଁ ଦଳକୁ କେତେ ଆସନ ମିଳିଲା ଜାଣନ୍ତୁ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶର ସମସ୍ତ ୫୪୩ ଲୋକସଭା ଆସନର ଫଳାଫଳ ଘୋଷଣା କରିଛନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସର୍ବାଧିକ ୨୪୦ ଆସନ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୯୯ ଆସନ। ମହାରାଷ୍ଟ୍ରର ବିଡ୍ ନିର୍ବାଚନମଣ୍ଡଳୀର ଫଳାଫଳ ସ୍ପଷ୍ଟ ହେବା ପରେ ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତିି ନିର୍ବାଚନ କମିଶନ। ବିଡ୍ ନିର୍ବାଚନମଣ୍ଡଳୀରେ ଏନସିପି (ଶରଦ ପାୱାର) ପ୍ରାର୍ଥୀ ବଜରଙ୍ଗ ମନୋହର ସୋନାୱାନେ ବିଜେପିର ପଙ୍କଜା [...]
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶର ସମସ୍ତ ୫୪୩ ଲୋକସଭା ଆସନର ଫଳାଫଳ ଘୋଷଣା କରିଛନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସର୍ବାଧିକ ୨୪୦ ଆସନ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୯୯ ଆସନ।
ମହାରାଷ୍ଟ୍ରର ବିଡ୍ ନିର୍ବାଚନମଣ୍ଡଳୀର ଫଳାଫଳ ସ୍ପଷ୍ଟ ହେବା ପରେ ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତିି ନିର୍ବାଚନ କମିଶନ। ବିଡ୍ ନିର୍ବାଚନମଣ୍ଡଳୀରେ ଏନସିପି (ଶରଦ ପାୱାର) ପ୍ରାର୍ଥୀ ବଜରଙ୍ଗ ମନୋହର ସୋନାୱାନେ ବିଜେପିର ପଙ୍କଜା ମୁଣ୍ଡେଙ୍କୁ ୬,୫୫୩ ଭୋଟରେ ପରାସ୍ତ କରିଛନ୍ତିି।
ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ୫୪୨ ପାଇଁ ଭୋଟ୍ ଗଣତି ହୋଇଥିଲା । କାରଣ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ସୁରଟରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।
ନିର୍ବାଚନ କମିଶନ ୱେବସାଇଟର ସଦ୍ୟତମ ତଥ୍ୟ ଅନୁଯାୟୀ ଲୋକସଭା ନିର୍ବାଚନରେ ବିଭିନ୍ନ ଦଳକୁ ମିଳିଥିବା ଆସନ ସଂଖ୍ୟା :
ବିଜେପି – ୨୪୦
କଂଗ୍ରେସ – ୯୯
ସମାଜବାଦୀ ପାର୍ଟି – ୩୭
ତୃଣମୂଳ କଂଗ୍ରେସ – ୨୯
ଡିଏମକେ – ୨୨
ତେଲୁଗୁ ଦେଶମ୍ ପାର୍ଟି – ୧୬
ଜେଡି (ୟୁ) – ୧୨
ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) – ୯
ଏନସିପି (ଶରଦ ପାୱାର) – ୮
ଶିବସେନା – ୭
ଲୋକ ଜନତା ପାର୍ଟି (ରାମବିଳାସ) – ୫
ଓ୍ବାଇଏସ୍ଆର୍ କଂଗ୍ରେସ – ୪
ଆରଜେଡି – ୪
ସିପିଆଇ (ଏମ୍) – ୪
ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ – ୩
ଆପ୍ – ୩
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା – ୩
ଜନସେନା ପାର୍ଟି – ୨
ସିପିଆଇ (ଏମ୍ଏଲ୍) (ଲିବରେସନ) – ୨
ଜେଡି (ଏସ୍) – ୨
ବିଦୁଥାଇ ଚିରୁଥାଇଗାଲ କାଚି – ୨
ସିପିଆଇ – ୨
ରାଷ୍ଟ୍ରୀୟ ଲୋକ ଦଳ – ୨
ନ୍ୟାସନାଲ କନଫରେନ୍ସ – ୨
ୟୁନାଇଟେଡ୍ ପିପୁଲ୍ସ ପାର୍ଟି, ଲିବରାଲ୍ – ୧
ଆସାମ ଗଣ ପରିଷଦ – ୧
ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ସେକ୍ୟୁଲାର) – ୧
କେରଳ କଂଗ୍ରେସ – ୧
ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି – ୧
ଏନସିପି -୧
ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି – ୧
ଜୋରାମ ପିପୁଲ୍ସ ମୁଭମେଣ୍ଟ – ୧
ଶିରୋମଣି ଅକାଳୀ ଦଳ – ୧
ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି – ୧
ଭାରତ ଆଦିବାସୀ ପାର୍ଟି – ୧
ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା – ୧
ମାରୁମଲାର୍ଚି ଦ୍ରାବିଡ ମୁନ୍ନେତ୍ର କଜଗାମ – ୧
ଆଜାଦ ସମାଜ ପାର୍ଟି (କାଂଶିରାମ) – ୧
ଆପନା ଦଳ (ସୋନିଲାଲ୍) – ୧
ଆଜସୁ ପାର୍ଟି – ୧
ଏଆଇଏମ୍ଆଇଏମ୍ – ୧
ସ୍ୱାଧୀନ – ୭
CM Naveen Patnaik Tenders Resignation to Governor Raghubar Das
Next Articleରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
