न्यूज़रूम ओडिशा
ब्रेकिंग
ओडिया समाचार

ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ସମନ

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସାନି ସମନ ଜାରି କରିଛି। ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ରେ ହାଜର ହେବାକୁ କୁହାଯାଇଛି। ‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆ ମୈତ୍ରଙ୍କୁ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଏମସି ତାଙ୍କୁ ପୁଣି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ [...]

Admin•27 मार्च 2024
Share Article:

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସାନି ସମନ ଜାରି କରିଛି। ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ରେ ହାଜର ହେବାକୁ କୁହାଯାଇଛି।

‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆ ମୈତ୍ରଙ୍କୁ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଏମସି ତାଙ୍କୁ ପୁଣି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।

‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’‌ ମାମଲାରେ ମହୁଆଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ନିଶିକାନ୍ତ ଦୁବେ ଲୋକପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ନିକଟରେ ଲୋକପାଳ ଏନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାର କିଛି ଦିନ ପରେ ଶନିବାର ସିବିଆଇ ମହୁଆଙ୍କ ଘରେ ଚଢ଼ାଉ କରିଥିଲା ।

ବିଜେପି ସାଂସଦ ଦୁବେ ଅଭିଯୋଗ କରିଥିଲେ ଯେ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ଦୁବାଇର ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ‘ନଗଦ ଏବଂ ଦାମୀ ଉପହାର’ ନେଇ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିଥିଲେ।

ମୈତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଆଦାନୀ ଗ୍ରୁପ୍ ସମ୍ପର୍କରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଦାବି କରିଥିଲେ ଏ‌ହି ଟିଏମସି ନେତ୍ରୀ ।

#Odia#Odisha#News
Share Article:

Related Articles