न्यूज़रूम ओडिशा
ब्रेकिंग
ओडिया समाचार

ନଏଡାରେ ପୁଣେ ହିଟ୍ ଆଣ୍ଡ୍ ରନ୍ ଭଳି ମାମଲା, ଅଡ଼ି କାର୍ ଧକ୍କାରେ ବୃଦ୍ଧ ମୃତ

ନୋଏଡା: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାର ଚର୍ଚ୍ଚା ଥମିନଥିବା ବେଳେ ନଏଡାରେ ଅନୁରୂପ ଏକ ଘଟଣା ଘଟିଛି। ରବିବାର ସକାଳେ ସହରର କାଞ୍ଚନଞ୍ଜଙ୍ଗା ମାର୍କେଟ ନିକଟରେ ଦ୍ରୁତ ବେଗରେ ଏକ ଅଡ଼ି କାର୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଚାଲିଯାଇଛି । ଅଡ଼ି ଧକ୍କାରେ ବୃଦ୍ଧ ଜଣକ ପ୍ରାୟ ୫୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଛି । ଅଭିଯୁକ୍ତ କାର୍ ଡ୍ରାଇଭରକୁ [...]

Admin•27 मई 2024
Share Article:

ନୋଏଡା: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାର ଚର୍ଚ୍ଚା ଥମିନଥିବା ବେଳେ ନଏଡାରେ ଅନୁରୂପ ଏକ ଘଟଣା ଘଟିଛି। ରବିବାର ସକାଳେ ସହରର କାଞ୍ଚନଞ୍ଜଙ୍ଗା ମାର୍କେଟ ନିକଟରେ ଦ୍ରୁତ ବେଗରେ ଏକ ଅଡ଼ି କାର୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଚାଲିଯାଇଛି । ଅଡ଼ି ଧକ୍କାରେ ବୃଦ୍ଧ ଜଣକ ପ୍ରାୟ ୫୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଛି । ଅଭିଯୁକ୍ତ କାର୍ ଡ୍ରାଇଭରକୁ ଖୋଜୁଛି ପୋଲିସ।

ମୃତକଙ୍କ ପୁଅ ସେକ୍ଟର-୨୪ ପୋଲିସ ଥାନାରେ ଅଜଣା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଅଭିଯୁକ୍ତ କାର୍ ଡ୍ରାଇଭରକୁ ପୋଲିସ ଖୋଜୁଛି।

ସେକ୍ଟର-୨୪ ଥାନା ଅଧିକାରୀ ଇନ୍ସପେକ୍ଟର ବିବେକ ଶ୍ରୀବାସ୍ତବ କହିଛନ୍ତି, ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ସେକ୍ଟର-୫୩ ବାସିନ୍ଦା ପ୍ରଦୀପ କୁମାର ସାହା କହିଛନ୍ତି ଯେ ତାଙ୍କ ପିତା ଜନକ ଦେବ ସବୁଥର ଭଳି ରବିବାର ସକାଳେ ପ୍ରାତଃ ଭ୍ରମଣରେ ଯାଇଥିଲେ।

ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ବହୁ ସମୟ ଧରି ଫେରି ନଥିଲେ, ପ୍ରଦୀପ ତାଙ୍କୁ ଖୋଜିବାକୁ ବାହାରିଥିଲେ। ଏହି ସମୟରେ ପ୍ରଦୀପ ତାଙ୍କ ବାପାଙ୍କୁ ରାସ୍ତା କଡ଼ରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସ୍ଥାନୀୟ ଲୋକ ପ୍ରଦୀପଙ୍କୁ କହିଥିଲେ ଯେ ଏକ ଅଜଣା ଅଡ଼ି କାର୍ ଜନକ ଦେବଙ୍କୁ ଧକ୍କା ଦେଇ ପଳାଇଥିଲା। କାର୍ ଡ୍ରାଇଭରକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ବୋଲି ପୋଲିସ କହିଛି।

ଦୁର୍ଘଟଣାର ପ୍ରାୟ ଦୁଇ ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

#Odia#Odisha#News
Share Article:

Related Articles