न्यूज़रूम ओडिशा
ब्रेकिंग
ओडिया समाचार

ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିଶନ ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ବିହାର ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ରହିଥିବା ବେଳେ ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ ଏବଂ [...]

Admin•20 मार्च 2024
Share Article:

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିଶନ ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି।

ବିଜ୍ଞପ୍ତି ଅନୁସାରେ ବିହାର ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ରହିଥିବା ବେଳେ ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ ଏବଂ ପୁଡୁଚେରୀ ପାଇଁ ମାର୍ଚ୍ଚ ୨୭ ନାମାଙ୍କନ ଦାଖଲର ଶେଷ ତାରିଖ ରଖାମାଇ ।

ବିହାରରେ ନାମାଙ୍କନ ଯାଞ୍ଚର ଶେଷ ତାରିଖ ମାର୍ଚ୍ଚ ୩୦ ଏବଂ ଅବଶିଷ୍ଟ ରାଜ୍ୟ ପାଇଁ ମାର୍ଚ୍ଚ ୨୮ ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ବିହାର ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ ଏବଂ ପୁଡୁଚେରୀ ପାଇଁ ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ।

ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ତାମିଲନାଡୁର ୩୯ଟି ଆସନ, ରାଜସ୍ଥାନରେ ୧୨, ଉତ୍ତର ପ୍ରଦେଶରେ ୮, ମଧ୍ୟପ୍ରଦେଶର ୬ଟି ଆସନରେ ଭୋଟ ଗ୍ରହଣ ହେବ।

ଏହାଛଡା ଉତ୍ତରାଖଣ୍ଡ, ଆସାମ ଏବଂ ମହାରାଷ୍ଟ୍ରର ୫ଟି ଲେଖାଏଁ ଆସନ, ବିହାରର ୪, ପଶ୍ଚିମବଙ୍ଗର ୩, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର ୨ଟି ଲେଖାଏଁ ସିଟ୍; ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ-କାଶ୍ମୀର, ଲକ୍ଷଦ୍ବୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ମଧ୍ୟ ଏପ୍ରିଲ ୧୯ରେ ମତଦାନ ହେବ।

ନିର୍ବାଚନ କମିଶନ ମାର୍ଚ୍ଚ ୧୬ରେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ କରାଯିବ। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ ।

#Odia#Odisha#News
Share Article:

Related Articles