ଜାତି, ଧର୍ମ ଆଧାରରେ ଭୋଟ୍ ନ ମାଗିବାକୁ ନିର୍ବାଚନ କମିଶନଙ୍କ ଚେତାବନୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ସମସ୍ତ ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହାଛଡ଼ା ଭିତ୍ତିହୀନ ବୟାନ ଦେଇ ଭୋଟରଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି କମିଶନ । ନିର୍ବାଚନ କମିଶନ ଏକ ଆଡଭାଇଜରିରେ ରାଜନୈତିକ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କୁ ଜାତି, ଧର୍ମ ଅବା ଭାଷା ଆଧାରରେ ଭୋଟ୍ ନ ମାଗିବାକୁ [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ସମସ୍ତ ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହାଛଡ଼ା ଭିତ୍ତିହୀନ ବୟାନ ଦେଇ ଭୋଟରଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି କମିଶନ ।
ନିର୍ବାଚନ କମିଶନ ଏକ ଆଡଭାଇଜରିରେ ରାଜନୈତିକ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କୁ ଜାତି, ଧର୍ମ ଅବା ଭାଷା ଆଧାରରେ ଭୋଟ୍ ନ ମାଗିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ନିର୍ବାଚନ ପ୍ରଚାର ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର କିମ୍ବା ଅନ୍ୟାନ୍ୟ ଧାର୍ମିକ ସ୍ଥଳ ବ୍ୟବହାର ନ କରିବାକୁ କୁହାଯାଇଛି ।
ଆଡଭାଇଜରିରେ କୁହାଯାଇଛି, ପୂର୍ବରୁ ନୋଟିସ୍ ପାଇଥିବା ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଦନାମ କିମ୍ବା ଅପମାନ କଲା ଭଳି ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆ ପୋଷ୍ଟରୁ ଦୂରେଇ ରହିବେ। ଏହାଛଡ଼ା ଭକ୍ତ-ଦେବତା ସମ୍ପର୍କକୁ ଉପହାସ ଏବଂ ଦେବଦେବୀଙ୍କୁ ନିନ୍ଦା କରି କୌଣସି ମନ୍ତବ୍ୟ ନ ଦେବାକୁ ସବୁ ରାଜନୈତିକ ଦଳ ଗୁଡ଼ିକୁ କୁହାଯାଇଛି ।
ସବୁ ରାଜନୈତିକ ଦଳମାନଙ୍କୁ ପଠାଯାଇଥିବା ଆଡଭାଇଜରିରେ ନିର୍ବାଚନ କମିଶନ ଶାଳୀନତା ଓ ଅତ୍ୟଧିକ ସଂଯମ ବଜାୟ ରଖିବା ସହ ପ୍ରସଙ୍ଗ ଆଧାରିତ ନିର୍ବାଚନ ପ୍ରଚାର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।
President Graces Golden Jubilee Celebration of Brahma Kumaris, Odisha
Next ArticleGanjam: Irrigation Executive Engineer, Jr. Clerk Nabbed for Taking Bribe
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
