न्यूज़रूम ओडिशा
ब्रेकिंग
ओडिया समाचार

ଅନ୍ତରୀଣ ବଜେଟରେ ‘ଲୋକପ୍ରିୟ’ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆଗାମୀ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଲୋକପ୍ରିୟ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ତଥା ଅନ୍ତରୀଣ ବଜେଟରେ ଗୋଟିଏ ପଟେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିଗତ ବ୍ୟୟ ୧୧ ପ୍ରତିଶତ ବୃଦ୍ଧି ସହ ୧୧.୧୧ ଲକ୍ଷ କୋଟି କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ [...]

Admin•1 फ़रवरी 2024
Share Article:

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆଗାମୀ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଲୋକପ୍ରିୟ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ତଥା ଅନ୍ତରୀଣ ବଜେଟରେ ଗୋଟିଏ ପଟେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିଗତ ବ୍ୟୟ ୧୧ ପ୍ରତିଶତ ବୃଦ୍ଧି ସହ ୧୧.୧୧ ଲକ୍ଷ କୋଟି କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ସଂଶୋଧନ ପୂର୍ବକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫.୮ ପ୍ରତିଶତ କରାଯାଇଛି। ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି |

ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ସୀତାରମଣ କୌଣସି ଆଶ୍ବସ୍ତି ଦେଇନାହାନ୍ତି। ତେବେ ସାଧାରଣ ଲୋକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ରାଶିର ଟିକସ ବିବାଦରୁ ଆଶ୍ବସ୍ତି ପ୍ରଦାନ କରାଯାଇଛି।

ଏକ ଘଣ୍ଟାରୁ କମ୍ ସମୟର ବଜେଟ୍ ଭାଷଣରେ ସୀତାରମଣ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶ ‘ଦୁର୍ବଳ ଅର୍ଥନୀତି’ ଶ୍ରେଣୀରୁ ବାହାରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିଛି ବୋଲି ସେ କହିଥିଲେ। ସୀତାରମଣ ଆହୁରି କହିଛନ୍ତି ଯେ ଜୁଲାଇ ବଜେଟରେ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସରକାର ଏକ ବିସ୍ତୃତ ରୋଡମ୍ୟାପ ଉପସ୍ଥାପନ କରିବେ।

ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’ ନୀତି ଆଧାରରେ ସରକାର ପରବର୍ତ୍ତୀ ପିଢ଼ିର ସଂସ୍କାର ଆଣିବେ । ଏହାର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ରାଜ୍ୟ ତଥା ହିତାଧିକାରୀଙ୍କ ସହ ସହମତି ସୃଷ୍ଟି ପାଇଁ ନିଶ୍ଚିତ କରିବେ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ପ୍ରାପ୍ୟ ୩୦.୦୩ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ଏହା ବଜେଟ୍ ଆକଳନଠାରୁ ଅଧିକ | ଏହା ଅର୍ଥନୀତିର ମଜବୁତ ସ୍ଥିତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

#Odia#Odisha#News
Share Article:

Related Articles