କେନ୍ଦ୍ରର ପ୍ରସ୍ତାବକୁ କୃଷକ ନେତାଙ୍କ ପ୍ରତ୍ୟାଖ୍ୟାନ, ଜାରି ରହିବ ଆନ୍ଦୋଳନ
ଚଣ୍ଡିଗଡ଼: ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିବା କୃଷକ ନେତାମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ସରକାରୀ ସଂସ୍ଥା ଦ୍ବାରା ଡାଲି, ମକା ଓ କପା କିଣିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ଚାଷୀଙ୍କ ସ୍ବାର୍ଥରେ ନୁହେଁ ବୋଲି ସେମାନେ କହିଛନ୍ତି । ବୁଧବାର ଠାରୁ ପୁଣିଥରେ ସେମାନେ ଜାତୀୟ ରାଜଧାନୀ ଅଭିମୁଖେ ପଦଯାତ୍ରା କରିବେ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି । କୃଷକ ନେତା ସୌରଭ ସିଂହ [...]
ଚଣ୍ଡିଗଡ଼: ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିବା କୃଷକ ନେତାମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ସରକାରୀ ସଂସ୍ଥା ଦ୍ବାରା ଡାଲି, ମକା ଓ କପା କିଣିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ଚାଷୀଙ୍କ ସ୍ବାର୍ଥରେ ନୁହେଁ ବୋଲି ସେମାନେ କହିଛନ୍ତି । ବୁଧବାର ଠାରୁ ପୁଣିଥରେ ସେମାନେ ଜାତୀୟ ରାଜଧାନୀ ଅଭିମୁଖେ ପଦଯାତ୍ରା କରିବେ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି ।
କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି, ସରକାର ଆମ ସମସ୍ୟାର ସମାଧାନ କରନ୍ତୁ ନତୁବା ଅବରୋଧ ହଟାଇ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ପାଇଁ ଆମକୁ ଦିଲ୍ଲୀ ଯିବାକୁ ଅନୁମତି ଦିଅନ୍ତୁ ।
କୃଷକମାନଙ୍କ ସହ ଆଲୋଚନା ପରେ ତିନି ଜଣିଆ କେନ୍ଦ୍ର ମନ୍ତ୍ରୀଙ୍କ ଏକ କମିଟି ସରକାରୀ ସଂସ୍ଥା ଦ୍ୱାରା ଏମଏସପିରେ ଡାଲି, ମକା ଏବଂ କପା କିଣିବା ପାଇଁ ପାଞ୍ଚ ବର୍ଷିଆ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ରବିବାର ଚଣ୍ଡିଗଡ଼ରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ସମୟରେ ତିନିଜଣ କେନ୍ଦ୍ର ମନ୍ତ୍ରୀ – ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଏହି ପ୍ରସ୍ତାବ ଚାଷୀଙ୍କ ନିକଟରେ ରଖିଥିଲେ।
ଏହା ପୂର୍ବରୁ ୨୦୨୦-୨୧ରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ସଂଯୁକ୍ତ କିସାନ ମୋର୍ଚା (ଏସକେଏମ୍) ମଧ୍ୟ
ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ଏସକେଏମ୍ କହିଥିଲା ଯେ ଏହା ଚାଷୀଙ୍କ ଏମଏସପି ଦାବିକୁ ଦୁର୍ବଳ କରିବା ପାଇଁ ଏକ ଉଦ୍ୟମ । ଏହା ସେମାନେ ଗ୍ରହଣ କରିବେ ନାହିଁ। ଏମ୍ଏସପି ପାଇଁ ସ୍ବାମୀନାଥନ୍ କମିଶନ ରିପୋର୍ଟରେ ସୁପାରିସ ‘ସି୨ + ୫୦% ‘ ସୂତ୍ରଠାରୁ କମ୍ କିଛି ବି ସେମାନେ ଗ୍ରହଣ କରିବେ ନାହିଁ ।
ପରେ କୃଷକ ନେତା ଜଗଜିତ ସିଂ ଡଲେୱାଲ କହିଥିଲେ, ଆମର ଦୁଇ ମଞ୍ଚରେ (କେନ୍ଦ୍ରର ପ୍ରସ୍ତାବ) ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯାଇଛି ଯେ କେନ୍ଦ୍ରର ପ୍ରସ୍ତାବ କୃଷକଙ୍କ ସ୍ୱାର୍ଥରେ ନାହିଁ । ଆମେ ଏହି ପ୍ରସ୍ତାବକୁ ଖାରଜ କରୁଛୁ। ଆମେ ଫେବୃଆରୀ ୨୧ରେ ପୂର୍ବାହ୍ନ ୧୧ଟାରୁ ଶାନ୍ତିପୂର୍ଣ୍ଣ ଭାବେ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବୁ ବୋଲି ସେ କହିଛନ୍ତିି।
ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ସକାଶେ ହଜାର ହଜାର ଚାଷୀ ଗତ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ପଦଯାତ୍ରାରେ ବାହାରିଥିଲେ। ହେଲେ ହରିୟାଣା-ପଞ୍ଜାବ ସୀମାର ଶମ୍ଭୁ ଏବଂ ଖନ୍ନୌରି ଠାରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ଗତ ସପ୍ତାହରେ ବିକ୍ଷୋଭରତ ଚାଷୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଥିଲା ।
କୃଷକମାନେ ଏମଏସପି ର ଆଇନଗତ ଗ୍ୟାରେଣ୍ଟି ବ୍ୟତୀତ ସ୍ବାମୀନାଥନ୍ କମିସନର ସୁପାରିଶକୁ କାର୍ଯ୍ୟକାରୀ କରିବା, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, କୃଷି ଋଣ ଛାଡ଼, ବିଦ୍ୟୁତ୍ ଦର ନ ବଢ଼ାଇବା, ପୋଲିସ୍ ମାମଲା ପ୍ରତ୍ୟାହାର, ୨୦୨୧ରେ ଲକ୍ଷ୍ମୀପୁର ଖେରୀ ହିଂସା ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା, ଜମି ଅଧିଗ୍ରହଣ ଆଇନ, ୨୦୨୩କୁ ପୁନଃ ଲାଗୁ କରିବା ଏବଂ ୨୦୨୦-୨୧ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଆଦି ଦାବି କରୁଛନ୍ତି ।
ମାଟ୍ରିକ ପରୀକ୍ଷା ପୂର୍ବରୁ ସ୍କୁଲ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
Next Articleମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
