ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ସମୟସୀମା ମାର୍ଚ୍ଚ ୩୧ ଯାଏ ବଢ଼ିଲା
ନୂଆଦିଲ୍ଲୀ: ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର କାର୍ଯକାରୀ ସମୟସୀମା ବୃଦ୍ଧି କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି ସମୟସୀମା ଫେବୃଆରୀ ୨୯ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଛି । ପେଟିଏମ୍ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ର ସମୟସୀମା ବଢ଼ାଇଛନ୍ତି। ପେଟିଏମର ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ସାମ୍ନା କରୁଥିବା ପେମେଣ୍ଟ ସମସ୍ୟା ଯୋଗୁଁ ଏନ୍ଏଚ୍ଏଆଇ ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବା ସମୟସୀମା ବୃଦ୍ଧି କରିଛି । ‘ଏକ [...]
ନୂଆଦିଲ୍ଲୀ: ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର କାର୍ଯକାରୀ ସମୟସୀମା ବୃଦ୍ଧି କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି ସମୟସୀମା ଫେବୃଆରୀ ୨୯ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଛି । ପେଟିଏମ୍ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ର ସମୟସୀମା ବଢ଼ାଇଛନ୍ତି।
ପେଟିଏମର ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ସାମ୍ନା କରୁଥିବା ପେମେଣ୍ଟ ସମସ୍ୟା ଯୋଗୁଁ ଏନ୍ଏଚ୍ଏଆଇ ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବା ସମୟସୀମା ବୃଦ୍ଧି କରିଛି ।
‘ଏକ ଯାନ, ଏକ ଫାଷ୍ଟଟ୍ୟାଗ୍’ ନିୟମର ଉଦ୍ଦେଶ୍ୟ ହେଉଛି ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗ୍ ଓ ଗୋଟିଏ ଗାଡ଼ିରେ ଏକାଧିକ ଫାଷ୍ଟଟ୍ୟାଗ୍ ବ୍ୟବହାରକୁ ରୋକିବା । ଏହି ନିୟମ ଜରିଆରେ ଏନ୍ଏଚ୍ଏଆଇ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି|
ନିଯୁକ୍ତି ପର୍ବ : ଚାରି ବିଭାଗରେ ନବନିଯୁକ୍ତଙ୍କୁ ଆଜି ଦିଆଯିବ ନିଯୁକ୍ତି ପତ୍ର
Next Articleରାଜ୍ୟର ବିଧି ଅଧିକାରୀମାନଙ୍କର ଦୈନିକ ଓ ରିଟେନର ପ୍ରାପ୍ୟରେ ୫୦ ପ୍ରତିଶତ ବୃଦ୍ଧି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
