ସାମ୍ନାକୁ ଆସିଲା ରାମଲାଲାଙ୍କ ବିଗ୍ରହର ପ୍ରଥମ ଝଲକ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାବେଳେ ଅଯୋଧ୍ୟା ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଇତି ମଧ୍ୟରେ ମନ୍ଦିରରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ବିରାଜମାନ ରାମଲାଲା ବିଗ୍ରହଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି। ରଘୁନନ୍ଦନଙ୍କ ଏହି ଝଲକ ଦେଖି ବିଭୋର ହୋଇଛନ୍ତି ଭକ୍ତ । ଜାନୁଆରୀ ୨୨ର ସେହି ମୁହୂର୍ତ୍ତକୁ [...]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାବେଳେ ଅଯୋଧ୍ୟା ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଇତି ମଧ୍ୟରେ ମନ୍ଦିରରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ବିରାଜମାନ ରାମଲାଲା ବିଗ୍ରହଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି। ରଘୁନନ୍ଦନଙ୍କ ଏହି ଝଲକ ଦେଖି ବିଭୋର ହୋଇଛନ୍ତି ଭକ୍ତ । ଜାନୁଆରୀ ୨୨ର ସେହି ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ।
ଶାସ୍ତ୍ରୀୟ ରୀତିନୀତି ଅନୁସାରେ ବୁଧବାର ଦିନ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। କାରିଗରମାନଙ୍କ ପ୍ରାୟ ଚାରି ଘଣ୍ଟା ପରିଶ୍ରମ ପରେ ଏହି ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ ହୋଇଛି |
ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ମହାରାଜ କହିଛନ୍ତି, ଜାନୁଆରୀ ୨୦ରେ ଗର୍ଭଗୃହରେ ରାମଲାଲାଙ୍କ ପୁରୁଣା ପ୍ରତିମା ମଧ୍ୟ ସ୍ଥାପନ କରାଯିବ। ଏହା ପ୍ରଭୁ ରାମଙ୍କର ଏକ ଚଳନ୍ତି ପ୍ରତିମା ହୋଇଥିବାରୁ ଏହାକୁ ଅଚଳ ମୂର୍ତ୍ତି ସମ୍ମୁଖରେ ରଖାଯିବ ।
ଉଲ୍ଲେଖଥାଉ କି, ରାମଲାଲାଙ୍କ ନୂଆ ବିଗ୍ରହକୁ କର୍ଣ୍ଣାଟକର ମୂର୍ତ୍ତିକାର ଅରୁଣ ଯୋଗୀରାଜ ତିଆରି କରିଛନ୍ତି।
ଜାନୁଆରୀ ୧୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉତ୍ସବରେ କର୍ତ୍ତା ଭାବେ ଯୋଗଦେବେ। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କରିଛନ୍ତିି । ସେହି ଦିନ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟର ଅଧା ଦିନ (ଅପରାହ୍ନ ୨:୩୦ ଯାଏଁ) ବନ୍ଦ ରହିବ। ଲୋକମାନେ ଯେପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କରିଛନ୍ତିି ।
ପୂର୍ବରୁ ଉତ୍ତର ପ୍ରଦେଶ ସହ ଅନ୍ୟ କିଛି ରାଜ୍ୟ ଜାନୁଆରୀ ୨୨ରେ ଛୁଟି ଘୋଷଣା କରିଛନ୍ତିି | ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଯୋଗୁଁ ଉତ୍ତର ପ୍ରଦେଶରେ ସ୍କୁଲ ଓ କଲେଜ୍ ବନ୍ଦ ରହିବ | ଏହାଛଡ଼ା ସେହି ଦିନ ରାଜ୍ୟରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସହ ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ ଏବଂ ହରିୟାଣାରେ ମଧ୍ୟ ଜାନୁଆରୀ ୨୨କୁ ଛୁଟି ଘୋଷଣା କରାଯାଇଛି |
ମଣିପୁରରେ ପୁଣି ହିଂସା, ୮ ମୃତ
Next ArticleBerhampur Police Arrests Fraudster on Cheating Charges
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
