न्यूज़रूम ओडिशा
ब्रेकिंग
ओडिया समाचार

ସିନ୍ଦେଙ୍କ ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡ୍ ଅଭିନେତା ଗୋବିନ୍ଦା ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇ ଉତ୍ତର ପଶ୍ଚିମରୁ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ଏହି ଆସନରେ ଶିବସେନାର ଉଦ୍ଧବ ଗୋଷ୍ଠୀ ଅମୋଲ କୀର୍ତ୍ତିକରଙ୍କୁ ପ୍ରାର୍ଥୀ କରିଛି। ଗୋବିନ୍ଦା ମାର୍ଚ୍ଚ ୨୭ରେ ପୂର୍ବତନ ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ । ଏହାପରେ ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ହୋଇଥିଲା । ଗୋବିନ୍ଦାଙ୍କ [...]

Admin•28 मार्च 2024
Share Article:

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡ୍ ଅଭିନେତା ଗୋବିନ୍ଦା ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇ ଉତ୍ତର ପଶ୍ଚିମରୁ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ଏହି ଆସନରେ ଶିବସେନାର ଉଦ୍ଧବ ଗୋଷ୍ଠୀ ଅମୋଲ କୀର୍ତ୍ତିକରଙ୍କୁ ପ୍ରାର୍ଥୀ କରିଛି। ଗୋବିନ୍ଦା ମାର୍ଚ୍ଚ ୨୭ରେ ପୂର୍ବତନ ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ । ଏହାପରେ ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ହୋଇଥିଲା ।

ଗୋବିନ୍ଦାଙ୍କ ପାଇଁ ସାଧାରଣ ନିର୍ବାଚନ ଲଢ଼ିବା ନୂଆ କଥା ନୁହେଁ। ପୂର୍ବରୁ ସେ ୨୦୦୪ରେ କଂଗ୍ରେସ ଟିକେଟରେ ମୁମ୍ବାଇ ଉତ୍ତରରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ବିଜେପିର ରାମ ନାୟକଙ୍କୁ ୪୮,୨୭୧ ଭୋଟରେ ହରାଇଥିଲେ। ଗୋବିନ୍ଦା ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ।

#Odia#Odisha#News
Share Article:

Related Articles