न्यूज़रूम ओडिशा
ब्रेकिंग
ओडिया समाचार

ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାକୁ ମନୁଷ୍ୟକୃତ କହିଲେ ଗୁଜରାଟ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାର ସଜ୍ଞାନ ନେଇଛନ୍ତି । ହାଇକୋର୍ଟ ଏହି ଘଟଣାକୁ ମନୁଷ୍ୟକୃତ ବୋଲି କହିଛନ୍ତିି । ଏହି ଗେମ୍ ଜୋନ୍ କେଉଁ ନିୟମ ଆଧାରରେ ଚାଲିଥିଲା ସେନେଇ ରାଜ୍ୟ ସରକାର, ରାଜକୋଟ ନଗର ନିଗମକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତିି କୋର୍ଟ। ସହରର ଟିଆରପି ଗେମ୍ ଜୋନରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୨ ଜଣ [...]

Admin•26 मई 2024
Share Article:

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାର ସଜ୍ଞାନ ନେଇଛନ୍ତି । ହାଇକୋର୍ଟ ଏହି ଘଟଣାକୁ ମନୁଷ୍ୟକୃତ ବୋଲି କହିଛନ୍ତିି । ଏହି ଗେମ୍ ଜୋନ୍ କେଉଁ ନିୟମ ଆଧାରରେ ଚାଲିଥିଲା ସେନେଇ ରାଜ୍ୟ ସରକାର, ରାଜକୋଟ ନଗର ନିଗମକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତିି କୋର୍ଟ। ସହରର ଟିଆରପି ଗେମ୍ ଜୋନରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୨ ଜଣ ପିଲା ଥିଲେ। ‌

ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗର ୮ଟି ଟିମ୍ ନିଆଁକୁ ଆୟତ୍ତ କରିଥିଲେ । ଗେମ୍ ଜୋନକୁ ଯିବା ଓ ବାହାରକୁ ଆସିବା ପାଇଁ କେବଳ ଗୋଟିଏ ରାସ୍ତା ଥିଲା । ଅଗ୍ନିଶମ ବିଭାଗରୁ ମଧ୍ୟ ଏନଓସି ଅଣା ଯାଇନଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, କାଲାଭଡ୍ ରୋଡ୍ ସ୍ଥିତ ଏହି ଗେମ୍ ଜୋନରେ ସପ୍ତାହାନ୍ତ ଯୋଗୁଁ ୫୦୦ ଟଙ୍କାର ଟିକେଟ୍ ୮୮ ଟଙ୍କାରେ ଦିଆଯାଉଥିଲା । ତେଣୁ ଭିଡ଼ ଅଧିକ ହୋଇଥିଲା | ଟିଆରପି ଗେମ୍ ଜୋନ୍ ମାଲିକ ଯୁବରାଜ ସିଂ ସୋଲାଙ୍କି ତାଙ୍କ ସହଯୋଗୀ ପ୍ରକାଶ ଜୈନ, ରାହୁଲ ରାଠୋର ଏବଂ ମ୍ୟାନେଜର ନିତିନ ଜୈନଙ୍କୁ ପୋଲିସ ଗିରଫ କରିଛି। ଦୁର୍ଘଟଣା ପରେ ସମସ୍ତ ଚାରିଜଣ ନିଜ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ।

ତିନି ମହଲା ବିଶିଷ୍ଟ ଏହି ଗେମ୍ ଜୋନ୍ ୨୦୨୦ରେ ଭଡ଼ା ସୂତ୍ରରେ ଦୁଇ ଏକର ଜମିରେ ନିର୍ମାଣ କରାଯାଇଥିଲା | ଏହି ଗେମ୍ ଜୋନ୍ କାଠ ଏବଂ ଟିଣ ସେଡ୍ ଉପରେ ଛିଡ଼ା ହୋଇଥିଲା | ଅନେକ ସ୍ଥାନରେ ମରାମତି ଓ ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଥିଲା | ଗୋଟିଏ ସ୍ଥାନରେ ଏକ ସିଡ଼ିରେ ୱେଲଡିଂରୁ ନିଆଁ ଝୁଲ କାରଣରୁ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତିି।

ଗେମ୍ ଜୋନର ଡୋମ୍ କପଡା ଓ ଫାଇବରରେ ତିଆରି ହୋଇଥିଲା | ଏହାଛଡ଼ା ଏହାର ଗଠନ କାଠ, ଟିଣ ଏବଂ ଥର୍ମୋକଲ୍ ସିଟରେ ହୋଇଥିଲା | ଚଟାଣରେ ମଧ୍ୟ ରବର, ରେଗଜିନ ଏବଂ ଥର୍ମାକୋଲ୍ ଲାଗିଥିଲା | ଏହାଛଡ଼ା ଗେମ୍
ଜୋନରେ ୨ ହଜାର ଲିଟର ଡିଜେଲ ଏବଂ ୧୫୦୦ ଲିଟର ପେଟ୍ରୋଲ ରଖାଯାଇଥିଲା | ତେଣୁ ନିଆଁ କିଛି ମିନିଟ୍ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଥିଲା।

#Odia#Odisha#News
Share Article:

Related Articles