ସିଧା ପ୍ରସାରଣ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ବନ୍ଧୁକଧାରୀ, ଭିଡ଼ିଓ ଭାଇରାଲ
ଗୁଆୟାକିଲ: ସିଧା ପ୍ରସାରଣ ଚାଲିଥିବା ବେଳେ ହଠାତ୍ ଟିଭି ଷ୍ଟୁଡିଓରେ ପଶିଲେ ମୁଖାପିନ୍ଧା ବନ୍ଧୁକଧାରୀ । ଇକ୍ବେଡରର ଗୁଆୟାକିଲରେ ଘଟିଛି ଏଭଳି ଘଟଣା। ବନ୍ଧୁକଧାରୀ ପଶି ଆସିବା ପରେ ଷ୍ଟୁଡିଓରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା | ବନ୍ଧୁକଧାରୀମାନେ ଉପସ୍ଥିତ ସାମ୍ବାଦିକ ଏବଂ କର୍ମଚାରୀମାନଙ୍କୁ ଷ୍ଟୁଡିଓରେ ପଣବନ୍ଦୀ ରଖିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପିସ୍ତଲ ଓ ଡାଇନାମାଇଟ୍ ପରି ଦେଖାଯାଉଥିବା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ମୁଖାପିନ୍ଧା ଲୋକ ଗୁଆୟାକିଲରେ [...]
ଗୁଆୟାକିଲ: ସିଧା ପ୍ରସାରଣ ଚାଲିଥିବା ବେଳେ ହଠାତ୍ ଟିଭି ଷ୍ଟୁଡିଓରେ ପଶିଲେ ମୁଖାପିନ୍ଧା ବନ୍ଧୁକଧାରୀ । ଇକ୍ବେଡରର ଗୁଆୟାକିଲରେ ଘଟିଛି ଏଭଳି ଘଟଣା। ବନ୍ଧୁକଧାରୀ ପଶି ଆସିବା ପରେ ଷ୍ଟୁଡିଓରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା | ବନ୍ଧୁକଧାରୀମାନେ ଉପସ୍ଥିତ ସାମ୍ବାଦିକ ଏବଂ କର୍ମଚାରୀମାନଙ୍କୁ ଷ୍ଟୁଡିଓରେ ପଣବନ୍ଦୀ ରଖିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପିସ୍ତଲ ଓ ଡାଇନାମାଇଟ୍ ପରି ଦେଖାଯାଉଥିବା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କିଛି ମୁଖାପିନ୍ଧା ଲୋକ ଗୁଆୟାକିଲରେ ଏକ ଟିଭି ନେଟୱାର୍କର ସେଟ୍ ଭିତରକୁ ପଶି ସେମାନଙ୍କ ପାଖରେ ବୋମା ଅଛି ବୋଲି ପାଟି କରି କହିଥିଲେ । ଭିଡିଓରେ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।
ସିଗନାଲ କଟାଯିବା ପୂର୍ବରୁ ଚ୍ୟାନେଲ୍ ଅତି କମରେ ୧୫ ମିନିଟ୍ ପାଇଁ ସିଧା ପ୍ରସାରଣ ଜାରି ରଖିଥିଲା | ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଟିଭି ଚ୍ୟାନେଲର କର୍ମଚାରୀମାନେ ଷ୍ଟୁଡିଓ ଚଟାଣରେ ବସିଛନ୍ତି।
ଷ୍ଟୁଡିଓରେ ପଶିଥିବା ସଶସ୍ତ୍ର ଲୋକଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ଆମେ ବିବେଚନା କରୁଛୁ ବୋଲି ପୋଲିସ କମାଣ୍ଡର ସେସର ଜାପାଟା କହିଛନ୍ତି ।
କିଛି ଦିନ ପୂର୍ବେ ପୋଲିସ୍ ଅଧିକାରୀଙ୍କ ଅପହରଣ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ଜଣେ ପ୍ରଭାବଶାଳୀ ଗ୍ୟାଙ୍ଗର ନେତା ଜେଲରୁ ଖସି ପଳାଇଥିଲେ । ତା’ପରଠୁ ଇକ୍ୱାଡୋରରେ ଏଭଳି ଆକ୍ରମଣମାନ ଘଟୁଛି। ଲସ୍ ଚୋନେରୋସ୍ ଗ୍ୟାଙ୍ଗର ନେତା ଆଡଲଫୋ ମାକିଆସ୍ ଓରଫ୍ ‘ଫିଟୋ’ ରବିବାର ତାଙ୍କ ଜେଲ୍ କୋଠରୀରୁ ନିଖୋଜ ହୋଇଯାଇଥିଲେ।
ଦେଶରେ ବଢ଼ି ଚାଲିଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଷ୍ଟ୍ରପତି ଡାନିଏଲ ନୋବୋଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି। ଯାହା ଫଳରେ ଜେଲ୍ ଗୁଡ଼ିକରେ ସେନା ମୁତୟନ ହୋଇପାରିବ |
ନିକଟ ଅତୀତରେ ଇକ୍ବେଡରରେ ଡ୍ରଗ୍ କାରବାର ମାମଲା ଯଥେଷ୍ଟ ବଢ଼ି ଯାଇଛି। ଏଥିସହ ହତ୍ୟା ଓ ଅପହରଣ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି।
ଅଧିକାଂଶ ସ୍ଥାନରେ ଘନ କୁହୁଡି , ଦୃଶ୍ୟମାନ ଦୂରତା ଯଥେଷ୍ଟ ହ୍ରାସ
Next Articleଅଯୋଧ୍ୟା ରାମ ମନ୍ଦିରର ରାଜନୀତିକରଣକୁ ବିରୋଧ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ଚାରି ଶଙ୍କରାଚାର୍ଯ୍ୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
