न्यूज़रूम ओडिशा
ब्रेकिंग
ओडिया समाचार

ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ବଞ୍ଚାଇଥିବା ର଼୍ୟାଟ୍ ମାଇନରଙ୍କ ଘରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣେ ର଼୍ୟାଟ୍ ମାଇନର୍ ଓ୍ବକିଲ ହାସନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ଦିଲ୍ଲୀ ପ୍ରଶାସନ । ପ୍ରଶାସନ ବୁଧବାର ହାସନଙ୍କ ଘରେ ବୁଲଡୋଜର ଚଲାଇଥିଲା। ତାଙ୍କ ଘର ପୂରା ଭାଙ୍ଗି ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ହାସନଙ୍କୁ କ୍ଷତିପୂରଣ ଦିଆଯିବh ବୋଲି [...]

Admin•29 फ़रवरी 2024
Share Article:

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣେ ର଼୍ୟାଟ୍ ମାଇନର୍ ଓ୍ବକିଲ ହାସନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ଦିଲ୍ଲୀ ପ୍ରଶାସନ । ପ୍ରଶାସନ ବୁଧବାର ହାସନଙ୍କ ଘରେ ବୁଲଡୋଜର ଚଲାଇଥିଲା। ତାଙ୍କ ଘର ପୂରା ଭାଙ୍ଗି ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ହାସନଙ୍କୁ କ୍ଷତିପୂରଣ ଦିଆଯିବh ବୋଲି ଘୋଷଣା କରିଛନ୍ତିି ।

ଦିଲ୍ଲୀର ଉପରାଜ୍ୟପାଳ କହିଛନ୍ତି, ମୋତେ ଏ ବିଷୟରେ ଅବଗତ କରାଯାଇଛି । ଆମେ ତାଙ୍କୁ ନିଶ୍ଚିତ କ୍ଷତିପୂରଣ ଦେବୁ। ତାଙ୍କୁ ଏକ ଘର ମଧ୍ୟ ଦିଆଯିବ। ଏହି ଘଟଣା ପରେ ଡିଡିଏ ହାସନଙ୍କୁ ଅସ୍ଥାୟୀ ଘର ଯାଚିଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଉତ୍ତରାଖଣ୍ଡ ଟନେଲ ଘଟଣାରେ ଶ୍ରମିକଙ୍କ ଜୀବନ ରକ୍ଷା କରିଥିବା ର଼୍ୟାଟ୍ ମାଇନର ହାସନ ସରକାରୀ ଜମିରେ ବେଆଇନ ନିର୍ମାଣ କରିଥିବା ଦର୍ଶାଇ ତାଙ୍କ ଘର ଭାଙ୍ଗି ଦିଆଯାଇଥିଲା । ତେବେ ହସନ ଅଭିଯୋଗ କରିଛନ୍ତି ଯେ ପ୍ରଶାସନ କୌଣସି ଆଗୁଆ ନୋଟିସ ନ ଦେଇ ତାଙ୍କ ଘର ଭାଙ୍ଗି‌ଥିଲା। ତାଙ୍କ ପୁଅମାନଙ୍କୁ ମଧ୍ୟ ପୋଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ଗତବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ସିଲକ୍ଯାରା ସ୍ଥିତ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବା ପରେ ୪୧ ଶ୍ରମିକ ଭିତରେ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ ଡ୍ରିଲିଂ ମେସିନ୍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇଥିଲା । ହେଲେ ଶେଷରେ ର଼୍ୟାଟ୍ ହୋଲ୍ ମାଇନରଙ୍କ ସହାୟତା ନିଆଯାଇଥିଲା ଓ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ହାତ ଉପକରଣ ଦ୍ବାରା ଖୋଳିବା ଶୈଳୀକୁ ର଼୍ୟାଟ୍ ମାଇନିଂ କୁହାଯାଏ । ସାଧାରଣତଃ କୋଇଲା ଖଣି ମାନଙ୍କରେ କାମ କରିଥାଆନ୍ତି ର଼୍ୟାଟ୍ ମାଇନର । ତେବେ ର଼୍ୟାଟ୍ ମାଇନିଂ ବେଆଇନ ।

#Odia#Odisha#News
Share Article:

Related Articles