ଟି-୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି, ବିଜେତା ଦଳକୁ ମିଳିବ ୨୦.୩୬ କୋଟି
ନ୍ୟୁୟର୍କ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇସାରିଛି। ଜୁନ୍ ୨ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜୁନ୍ ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ଟି-୨୦ ମହାକୁମ୍ଭ । ଟି-୨୦ ବିଶ୍ୱକପ୍ରେ ଭାଗ ନେଉଥିବା ଦଳଗୁଡ଼ିକ ଉପରେ ଏଥର ପ୍ରଚୁର ଟଙ୍କା ବର୍ଷା ହେବ । ଆଇସିସି ଏହି ମେଗା ଇଭେଣ୍ଟ ପାଇଁ ସୋମବାର ରେକର୍ଡ ୧୧.୨୫ ମିଲିୟନ ଡଲାର (ପ୍ରାୟ ୯୩.୫୧ କୋଟି) [...]
ନ୍ୟୁୟର୍କ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇସାରିଛି। ଜୁନ୍ ୨ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜୁନ୍ ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ଟି-୨୦ ମହାକୁମ୍ଭ । ଟି-୨୦ ବିଶ୍ୱକପ୍ରେ ଭାଗ ନେଉଥିବା ଦଳଗୁଡ଼ିକ ଉପରେ ଏଥର ପ୍ରଚୁର ଟଙ୍କା ବର୍ଷା ହେବ । ଆଇସିସି ଏହି ମେଗା ଇଭେଣ୍ଟ ପାଇଁ ସୋମବାର ରେକର୍ଡ ୧୧.୨୫ ମିଲିୟନ ଡଲାର (ପ୍ରାୟ ୯୩.୫୧ କୋଟି) ପୁରସ୍କାର ରାଶି ଘୋଷଣା କରିଛି। ଏଥିମଧ୍ୟରୁ ବିଜେତା ଦଳ ୨.୪୫ ମିଲିୟନ ଡ଼ଲାର (ପ୍ରାୟ ୨୦.୩୬ କୋଟି) ପାଇବ । ବିଜେତା ଦଳ ପାଇଁ ଏହି ପୁରସ୍କାର ରାଶି ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ । ଫାଇନାଲରେ ହାରିଥିବା ଅର୍ଥାତ୍ ରନର୍ ଅପ୍ ଦଳକୁ ମିଳିବ ପ୍ରାୟ ୧୦.୬୪ କୋଟି ଟଙ୍କା ( ୧.୨୮ ମିଲିୟନ୍ ଡଲାର) |
ସେମିଫାଇନାଲରେ ହାରିଥିବା ଦୁଇ ଦଳକୁ ୬.୫୪ କୋଟି ଟଙ୍କା (୭୮୭,୫୦୦ ଡଲାର) ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ। ଏଥର ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି | ପ୍ରତ୍ୟେକ ଦଳକୁ କିଛି ନା କିଛି ଅର୍ଥରାଶି ଦିଆଯିବ | ସୁପର-୮ (ଦ୍ୱିତୀୟ ରାଉଣ୍ଡ)ରୁ ବିଦାୟ ନେଇଥିବା ଦଳ ମାନଙ୍କୁ ୨୮୨,୫୦୦ ଡଲାର (ପ୍ରାୟ ୩.୧୭ କୋଟି ଟଙ୍କା) ଲେଖାଏଁ ପାଇବେ |
ନବମରୁ ଦ୍ୱାଦଶ ସ୍ଥାନ ମଧ୍ୟରେ ରହିଥିବା ଦଳକୁ ୨୪୭,୫୦୦ ଡଲାର୍ (ପ୍ରାୟ ୨୦.୫୭ କୋଟି ଟଙ୍କା) ପାଇବେ | ଏହାଛଡ଼ା ୧୩ ରୁ ୨୦ତମ ସ୍ଥାନରେ ରହିଥିବା ଦଳଙ୍କୁ ୨୨୫,୦୦୦ ଡଲାର୍ (ପ୍ରାୟ ୧.୮୭ କୋଟି ଟଙ୍କା) ସହ ଫେରିବେ | ପୁଣି ପ୍ରତି ମ୍ୟାଚ୍ (ସେମିଫାଇନାଲ ଏବଂ ଫାଇନାଲ୍ ବ୍ୟତୀତ) ଜିତିବା ପାଇଁ ମଧ୍ୟ ସମ୍ପୃକ୍ତ ଦଳକୁ ଅତିରିକ୍ତ ୩୧,୧୫୪ ଡଲାର ପୁରସ୍କାର ରାଶି (ପ୍ରାୟ ୨୫.୮୯ ଲକ୍ଷ ଟଙ୍କା) ମିଳିବ ।
ଟି-୨୦ ବିଶ୍ୱକପ ପୁରସ୍କାର ରାଶି:
• ବିଜେତା: ପ୍ରାୟ ୨୦.୩୬ କୋଟି
• ରନର୍ ଅପ୍: ୧୦.୬୪ କୋଟି
• ସେମିଫାଇନାଲ: ୬.୫୪ କୋଟି
• ଦ୍ୱିତୀୟ ରାଉଣ୍ଡରେ ବିଦା ହେଲେ: ୩.୧୭ କୋଟି
• ୯ ରୁ ୧୨ ତମ ସ୍ଥାନ ପାଇଁ: ୨.୦୫ କୋଟି
• ୧୩ ରୁ ୨୦ ତମ ଦଳ: ୧.୮୬ କୋଟି
• ରାଉଣ୍ଡ-୧ ଓ ରାଉଣ୍ଡ-୨ରେ ବିଜୟ ପାଇଁ: ୨୫.୮୯ ଲକ୍ଷ
ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
Next ArticleOdisha Elections 2024: Tight Security Arrangements Made for Counting of Votes
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
