न्यूज़रूम ओडिशा
ब्रेकिंग
ओडिया समाचार

ତୋଷଖାନା ମାମଲାରେ ଇମ୍ରାନ ଖାନ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ

ଇସଲାମାବାଦ: ପୁଣି ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ପରେ ବୁଶରା ବିବି ଆତ୍ମସମର୍ପଣ କରିଛନ୍ତି। ଏହି ମାମଲା ତୋଷଖାନା ସହ ଜଡ଼ିତ । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବାବେଳେ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡ଼ିକୁ ସେ ଓ ତାଙ୍କ ପତ୍ନୀ ନିଜର ବ୍ୟକ୍ତିଗତ ଲାଭ ପାଇଁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଦିନକ [...]

Admin•31 जनवरी 2024
Share Article:

ଇସଲାମାବାଦ: ପୁଣି ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ପରେ ବୁଶରା ବିବି ଆତ୍ମସମର୍ପଣ କରିଛନ୍ତି। ଏହି ମାମଲା ତୋଷଖାନା ସହ ଜଡ଼ିତ । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବାବେଳେ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡ଼ିକୁ ସେ ଓ ତାଙ୍କ ପତ୍ନୀ ନିଜର ବ୍ୟକ୍ତିଗତ ଲାଭ ପାଇଁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ଦିନକ ପୂର୍ବରୁ ଇମ୍ରାନ ଖାନଙ୍କୁ ସାଇଫର ବା ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।

୨୦୨୨ରେ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ‌ ହାରି ପ୍ରଧାନମନ୍ତ୍ରୀ ପଦରୁ ବିତାଡ଼ିତ ହୋଇଥିଲେ। ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ସମ୍ପ୍ରତି ତିନି ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ତାଙ୍କ ବିରୋଧରେ ଅଧିକାଂଶ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି।

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଇମ୍ରାନ ଖାନ ବିଭିନ୍ନ ମାମଲାରେ ଫସିଛନ୍ତି। ନିର୍ବାଚନରେ ଲଢ଼ିବାକୁ ମଧ୍ୟ ଇମ୍ରାନ ଖାନଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି ଦେଶର ନିର୍ବାଚନ କମିଶନ । ଗତ ବର୍ଷ ଅଗଷ୍ଟରେ ଗିରଫ ହେବା ପରେ ଇମ୍ରାନ ଖାନ ଜେଲରେ ଅଛନ୍ତି।

#Odia#Odisha#News
Share Article:

Related Articles