କେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ମେଗା ରାଲି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରାଲି ଆୟୋଜନ କରିବ। ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ଗୋପାଳ ରାୟ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳର ମିଳିତ ମଞ୍ଚ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା’ ପାଇଁ ଏହି ମହାରାଲି କରିବ। ଏଥିରେ ଇଣ୍ଡିଆ ମେଣ୍ଟର ସବୁ ସହଯୋଗୀ ଦଳ ସାମିଲ ହେବେ । [...]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରାଲି ଆୟୋଜନ କରିବ। ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ଗୋପାଳ ରାୟ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳର ମିଳିତ ମଞ୍ଚ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା’ ପାଇଁ ଏହି ମହାରାଲି କରିବ। ଏଥିରେ ଇଣ୍ଡିଆ ମେଣ୍ଟର ସବୁ ସହଯୋଗୀ ଦଳ ସାମିଲ ହେବେ ।
ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (୫୫)ଙ୍କୁ ଗିରଫ କରିବା ପରେ ‘ଇଣ୍ଡିଆ’ ମେଣ୍ଟ ତରଫରୁ ଏହି ଘୋଷଣା କରାଯାଇଛି। ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହି ରାଲି ଘୋଷଣା କରିଛନ୍ତି।
ଆପର ଦିଲ୍ଲୀ ଶାଖା ସଂଯୋଜକ ଗୋପାଳ ରାୟ କହିଛନ୍ତି, “ଦେଶରେ ସମ୍ପ୍ରତି ଯାହା ଘଟୁଛି ତାହା ବିରୋଧରେ ମାର୍ଚ୍ଚ ୩୧ରେ ଆମେ ରାମଲୀଳା ମଇଦାନରେ ଏକ ମହାରାଲି କରିବୁ। ଏହି ରାଲିରେ ‘ଇଣ୍ଡିଆ’ ମେଣ୍ଟର ଶୀର୍ଷ ନେତୃତ୍ୱ ସାମିଲ ହେବେ। ‘ଗଣତନ୍ତ୍ର ଏବଂ ଦେଶ ବିପଦରେ। ‘ଇଣ୍ଡିଆ’ ମିଳିତ ମଞ୍ଚର ଅଂଶ ଥିବା ସମସ୍ତ ଦଳ ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା ପାଇଁ ଏହି ମେଗା ରାଲିରେ ଭାଗନେବେ।
ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲି ଅଭିଯୋଗ କରିଛନ୍ତି, ବିରୋଧୀ ଦଳମାନଙ୍କୁ ସମାନ ସୁଯୋଗ ଦିଆଯାଉ ନାହିଁ। ସେ ତାଙ୍କ ଦଳର ଆକାଉଣ୍ଟ ଫ୍ରିଜ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ନେଇ ଉଦାହରଣ ଦେଇଥିଲେ। ଏହି ମେଗା ରାଲି କେବଳ ରାଜନୈତିକ ରାଲି ନୁହେଁ ବରଂ ଦେଶର ଗଣତନ୍ତ୍ରକୁ ବ ବଞ୍ଚାଇବା ଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ଆହ୍ୱାନ ଦେବ ବୋଲି ସେ କହିଛନ୍ତିି।”
ଆଉ ୪-୫ ଦିନ ତାତିରୁ ନିସ୍ତାର ନାହିଁ: ସତର୍କ ରହିବାକୁ ପାଣିପାଗ ବିଭାଗ ଓ ଏସଆରସିଙ୍କ ପରାମର୍ଶ
Next Articleବାବର ଆଜମ ପୁଣି ହେଲେ ପାକ୍ ଦଳର ଅଧିନାୟକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
