न्यूज़रूम ओडिशा
ब्रेकिंग
ओडिया समाचार

ବ୍ରିଟିଶ ହାଇ କମିଶନରଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ ନେଇ ତୀବ୍ର ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ: ବ୍ରିଟିଶ ହାଇ କମିଶନର ଜେନ୍ ମ୍ୟାରିଅଟଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗସ୍ତକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି । ଏହା ଆମ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି ଭାରତ। ଜାନୁଆରୀ ୧୦ରେ ଇସଲାମାବାଦରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନରଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ ନେଇ ଭାରତରେ ଥିବା ବ୍ରିଟିଶ ହାଇ କମିଶନରଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି ଭାରତ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତର ସାର୍ବଭୌମତ୍ୱ ତଥା [...]

Admin•13 जनवरी 2024
Share Article:

ନୂଆଦିଲ୍ଲୀ: ବ୍ରିଟିଶ ହାଇ କମିଶନର ଜେନ୍ ମ୍ୟାରିଅଟଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗସ୍ତକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି । ଏହା ଆମ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି ଭାରତ। ଜାନୁଆରୀ ୧୦ରେ ଇସଲାମାବାଦରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନରଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ ନେଇ ଭାରତରେ ଥିବା ବ୍ରିଟିଶ ହାଇ କମିଶନରଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି ଭାରତ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଏପରି ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ରହିଥିଲା ଓ ରହିବ ।

ଅନ୍ୟପକ୍ଷରେ ପାକିସ୍ତାନରେ ଥିବା ବ୍ରିଟିଶ ହାଇ କମିଶନର ମ୍ୟାରିଅଟ୍ ଭାରତ ଦାବି କରୁଥିବା ଏକ ଅଞ୍ଚଳ ମିରପୁରକୁ ତାଙ୍କ ଗସ୍ତକୁ ଯଥାର୍ଥ କହିଛନ୍ତି । ମ୍ୟାରିଅଟ୍ କହିଛନ୍ତି “୭୦% ବ୍ରିଟିଶ ପାକିସ୍ତାନୀଙ୍କ ସମ୍ପର୍କ ମିରପୁର ସହ ରହିଛି।” ତେଣୁ ତାଙ୍କ ପାଇଁ ପ୍ରବାସୀ ମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା।

ମ୍ୟାରିଅଟ୍, ଯିଏକି ପାକିସ୍ତାନର ପ୍ରଥମ ମହିଳା ବ୍ରିଟିଶ୍ ହାଇ କମିଶନର ଜାନୁଆରୀ ୧୦ରେ ପାକିସ୍ତାନ ଅଧିକୃତ କାଶ୍ମୀରର ମିରପୁର ଗସ୍ତ କରିଥିଲେ ।

#Odia#Odisha#News
Share Article:

Related Articles