ପ୍ୟାରିସ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ୍
ଲୋଜାନ୍: ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟ ପାଇଁ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ଭାରତୀୟ ପୁରୁଷ ହକି ଦଳ ଜୁଲାଇ ୨୭ରେ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିଥିବା ଭାରତ ପୁଲ୍ ବି’ରେ ସ୍ଥାନ ପାଇଛି | ଜୁଲାଇ ୨୭ରେ ନ୍ୟୁଜିଲ୍ୟାଣ୍ଡ ସହ ମୁହାଁମୁହିଁ ହେବା ପରେ ଭାରତ ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଏବଂ ଅଗଷ୍ଟ [...]
ଲୋଜାନ୍: ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟ ପାଇଁ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ଭାରତୀୟ ପୁରୁଷ ହକି ଦଳ ଜୁଲାଇ ୨୭ରେ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ।
ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିଥିବା ଭାରତ ପୁଲ୍ ବି’ରେ ସ୍ଥାନ ପାଇଛି | ଜୁଲାଇ ୨୭ରେ ନ୍ୟୁଜିଲ୍ୟାଣ୍ଡ ସହ ମୁହାଁମୁହିଁ ହେବା ପରେ ଭାରତ ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଏବଂ ଅଗଷ୍ଟ ୨ରେ ଅଷ୍ଟ୍ରେଲିଆକୁ ଭେଟିବ ।
ନେଦରଲ୍ୟାଣ୍ଡସ୍, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକା ପୁଲ୍ ଏ’ରେ ସ୍ଥାନ ପାଇଛନ୍ତି।
କ୍ୱାର୍ଟର ଫାଇନାଲ ଅଗଷ୍ଟ ୪ରେ ଖେଳାଯିବାକୁ ଥିବାବେଳେ ସେମିଫାଇନାଲ ଅଗଷ୍ଟ ୬ରେ ଖେଳାଯିବ | ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ଏବଂ ଫାଇନାଲ୍ ଅଗଷ୍ଟ ୮ରେ ଅନୁଷ୍ଠିତ ହେବ |
ହକି କାର୍ଯ୍ୟସୂଚୀ ଘୋଷଣା ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ ଥୋମାସ୍ ବାକ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ତାଏବ ଇକ୍ରାମ ଉପସ୍ଥିତ ଥିଲେ।
କଲମ୍ବସର ୟେଭ୍-ଡୁ-ମେନୋୟର ଷ୍ଟାଡିୟମରେ ହକି ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଗତ ଟୋକିଓ ଅଲିମ୍ପିକ୍ସର ପୁରୁଷ ବର୍ଗରେ ବେଲଜିୟମ ଟାଇଟଲ୍ ଜିତିଥିଲା ।
ତାରାତାରିଣୀ ମନ୍ଦିରରେ ବିଦେଶିନୀ ପର୍ଯ୍ୟଟକ
Next ArticleOSDMA Signs MoUs with Amrita Vishwa Vidyapeetham & RIMES to Strengthen Disaster-Resilient Infrastructure
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
