न्यूज़रूम ओडिशा
ब्रेकिंग
ओडिया समाचार

ଟି-୨୦ ବିଶ୍ୱକପ ପାଇଁ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ, ପାଣ୍ଡ୍ୟା ଉପଅଧିନାୟକ; ରାହୁଲ ବାଦ୍

ନୂଆଦିଲ୍ଲୀ: ଜୁନ୍ ୨ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ମେଗା ଇଭେଣ୍ଟ ପାଇଁ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି । ବିଶ୍ବକପ୍ ଦଳରେ ଓ୍ବିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି । ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ସଞ୍ଜୁ ସାମସନଙ୍କୁ [...]

Admin•30 अप्रैल 2024
Share Article:

ନୂଆଦିଲ୍ଲୀ: ଜୁନ୍ ୨ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ମେଗା ଇଭେଣ୍ଟ ପାଇଁ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି ।

ବିଶ୍ବକପ୍ ଦଳରେ ଓ୍ବିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି । ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିଥିବା ବେଳେ କେଏଲ୍ ରାହୁଲ ବାଦ୍ ପଡ଼ିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି । ସେହିପରି ଚଳିତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ଶିବମ ଦୁବେ ମଧ୍ୟ ଦୀର୍ଘଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଶୁଭମାନ ଗିଲ, ଖାଲିଲ ଅହମ୍ମଦ, ରିଙ୍କୁ ସିଂ, ଆବେଶ ଖାନଙ୍କୁ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

ଟି-୨୦ ବିଶ୍ୱକପ୍‌ରେ ଭାରତ ନିଜ ଅଭିଯାନ ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଜୁନ୍ ୯ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଦଳ ଜୁନ୍ ୧୨ରେ ଆମେରିକା ବିପକ୍ଷରେ ତୃତୀୟ ମ୍ୟାଚ୍ ଏବଂ ଜୁନ୍ ୧୫ରେ କାନାଡା ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ।

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଯଶସ୍ବୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି- ଶୁଭମାନ ଗିଲ, ଖଲିଲ ଅହମ୍ମଦ, ରିଙ୍କୁ ସିଂ, ଆଭେଶ ଖାନ।

#Odia#Odisha#News
Share Article:

Related Articles