न्यूज़रूम ओडिशा
ब्रेकिंग
ओडिया समाचार

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସାହାଯ୍ୟ କରିବାକୁ ବିଦେଶ ମନ୍ତ୍ରୀଙ୍କୁ ପତ୍ନୀଙ୍କ ଅପିଲ

ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଘଟଣା ଫେବୃଆରୀ ୪ରେ ଘଟିଥିବା କୁହାଯାଇଛି। ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ୩ ଜଣ ଆକ୍ରମଣକାରୀ ଭାରତୀୟ ଛାତ୍ରଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ଏହା ପରେ ତିନିଜଣ ତାଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଫୋନ୍ ଛଡ଼ାଇ ପଳାଇ ଯାଇଥିଲେ। ଆକ୍ରମଣ ପରେ ଛାତ୍ର ଜଣକ ରକ୍ତାକ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି | ଛାତ୍ରଙ୍କ [...]

Admin•7 फ़रवरी 2024
Share Article:

ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଘଟଣା ଫେବୃଆରୀ ୪ରେ ଘଟିଥିବା କୁହାଯାଇଛି। ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ୩ ଜଣ ଆକ୍ରମଣକାରୀ ଭାରତୀୟ ଛାତ୍ରଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ଏହା ପରେ ତିନିଜଣ ତାଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଫୋନ୍ ଛଡ଼ାଇ ପଳାଇ ଯାଇଥିଲେ। ଆକ୍ରମଣ ପରେ ଛାତ୍ର ଜଣକ ରକ୍ତାକ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି |

ଛାତ୍ରଙ୍କ ନାମ ସୟଦ ମଜହିର ଅଲି ଓ ସେ ହାଇଦ୍ରାବାଦର ବାସିନ୍ଦା । ମାଷ୍ଟର ଡିଗ୍ରୀ ପାଇଁ ସେ ଆମେରିକା ଯାଇଥିଲେ। ଛାତ୍ରଙ୍କ ପତ୍ନୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ବାମୀଙ୍କୁ ଭଲ ଚିକିତ୍ସା ଯୋଗାଇବା ତାଙ୍କୁ ତିନି ପିଲାଙ୍କ ସହ ଆମେରିକା ପଠାଇବାକୁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଜାନୁଆରୀ ୨୦୨୪ ପରଠୁ ଆମେରିକାରେ ଏଯାବତ୍ ଚାରି ଜଣ ଭାରତୀୟ ଛାତ୍ର – ଶ୍ରେୟସ୍ ରେଡ୍ଡୀ, ନିଲ୍ ଆଚାର୍ଯ୍ୟ, ବିବେକ ସାଇନି ଏବଂ ଅକୁଲ ଧାୱନ ହତ୍ୟାର ଶିକାର ହୋଇଛନ୍ତି।

#Odia#Odisha#News
Share Article:

Related Articles