ଟି-୨୦ ବିଶ୍ୱକପରେ ଆଜିଠୁ ଭାରତର ଅଭିଯାନ, ଆୟର୍ଲାଣ୍ଡ ସହ ପ୍ରଥମ ମୁକାବିଲା
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ନିଜ ଅଭିଯାନ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଦୀର୍ଘ ୧୧ ବର୍ଷ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ଭାରତ ଏଥର ସଫଳ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। କ୍ୟାରିୟରର ଶେଷ ଟି-୨୦ ବିଶ୍ବକପ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ଆଇସିସି ଟ୍ରଫି ଧରିବାକୁ ବ୍ୟଗ୍ର। ଯଶପ୍ରୀତ୍ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ [...]
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ନିଜ ଅଭିଯାନ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଦୀର୍ଘ ୧୧ ବର୍ଷ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ଭାରତ ଏଥର ସଫଳ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। କ୍ୟାରିୟରର ଶେଷ ଟି-୨୦ ବିଶ୍ବକପ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ଆଇସିସି ଟ୍ରଫି ଧରିବାକୁ ବ୍ୟଗ୍ର। ଯଶପ୍ରୀତ୍ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ ସମସ୍ତ ଖେଳାଳି ଏଥିପାଇଁ ବ୍ୟଗ୍ର ଅଛନ୍ତି। ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠୁ ଭାରତ କୌଣସି ଆଇସିସି ଟାଇଟଲ୍ ଜିତି ପାରିନାହିଁ। ଗତବର୍ଷ ମଧ୍ୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପ ଫାଇନାଲ ହାରି ଯାଇଥିଲା। ପରେ ଭାରତୀୟ ଡ୍ରେସିଂ ରୁମରେ ରୋହିତ ଶର୍ମା କାନ୍ଦୁଥିବାର ଦୃଶ୍ୟ ଟିଭିରେ ପରିଦୃଶ୍ୟ ହୋଇଥିଲା। କୋହଲି ଟୁର୍ନାମେଣ୍ଟରେ ୭୬୫ ରନ ସ୍କୋର କରିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁ ଦଳ ଟ୍ରଫି ଜିତିପାରି ନ ଥିଲା । ୩୭ ବର୍ଷରେ ପଦାର୍ପଣ କରିଥିବାରୁ ହାକୁ ରୋହିତ ଶର୍ମାଙ୍କର ଶେଷ ବିଶ୍ୱକପ କୁହାଯାଉଛି।
୨୦୦୭ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଭାରତ ପରବର୍ତ୍ତୀ ତିନି ସଂସ୍କରଣରେ ରାଉଣ୍ଡ-୨ରୁ ବିଦାୟ ନେଇଥିଲା । ଦଳ ୨୦୧୪ରେ ରନରଅପ୍ ହୋଇଥିଲା। ୨୦୧୬ରେ ସେମିଫାଇନାଲରୁ ଏବଂ ୨୦୨୧ରେ ରାଉଣ୍ଡ ୨ରୁ ଅଭିଯାନ ଶେଷ କରିଥିଲା ଭାରତ । ୨୦୨୨ରେ ଗତ ସଂସ୍କରଣରେ ଟିମ୍ ଇଣ୍ଡିଆ ସେମିଫାଇନାଲରୁ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଏପର୍ଯ୍ୟନ୍ତ ୭ଟି ସଂସ୍କରଣରେ ଖେଳିଥିଲେ ହେଁ କେବଳ ୨୦୦୯ ଓ ୨୦୨୨ରେ ଦ୍ଵିତୀୟ ରାଉଣ୍ଡ ଖେଳିବାକୁ ସକ୍ଷମ ହୋଇଛି। ଅନ୍ୟ ୫ ରାଉଣ୍ଡରେ ଦଳ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛି।
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ସଂଧ୍ୟା ୭ଟାରୁ ୧୦ ଦର୍ଶନ ବନ୍ଦ
Next ArticleCM Naveen Patnaik Tenders Resignation to Governor Raghubar Das
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
