ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ଦତ୍ତାଜିରାଓ ଗାଏକୱାଡଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଏକୱାଡଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମଙ୍ଗଳବାର ୯୫ ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କୋଚ୍ ଅଂଶୁମାନ ଗାଏକୱାଡଙ୍କ ବାପା ଥିଲେ। ପରିବାରର ସୂତ୍ରରୁ ପ୍ରକାଶ, ଦତ୍ତାଜିରାଓ ଗାଏକୱାଡ ଗତ ୧୨ ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ [...]
ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଏକୱାଡଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମଙ୍ଗଳବାର ୯୫ ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କୋଚ୍ ଅଂଶୁମାନ ଗାଏକୱାଡଙ୍କ ବାପା ଥିଲେ।
ପରିବାରର ସୂତ୍ରରୁ ପ୍ରକାଶ, ଦତ୍ତାଜିରାଓ ଗାଏକୱାଡ ଗତ ୧୨ ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଦତ୍ତାଜିରାଓ ଗାଏକୱାଡ ୧୯୫୨ ରୁ ୧୯୬୧ ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ଖେଳିଥିଲେ। ସେ ୧୯୫୯ରେ ଇଂଲଣ୍ଡ ଗସ୍ତରେ ଜାତୀୟ ଦଳର ଅଧିନାୟକ ମଧ୍ୟ ହୋଇଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୧୯୫୨ ମସିହାରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୬୧ ମସିହାରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।
ଗାଏକୱାଡ ୧୯୪୭ ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ। ଘରୋଇ କ୍ରିକେଟରେ ସେ ୪୭.୫୬ ଆଭରେଜ୍ ସହ ୩୧୩୯ ରନ୍ କରିଥିଲେ । ଏଥିରେ ୧୪ଟି ଶତକ ସାମିଲ ଥିଲା । ୧୯୫୯-୬୦ ସିଜନରେ ମହାରାଷ୍ଟ୍ର ବିପକ୍ଷରେ ସେ ତାଙ୍କ ସର୍ବାଧିକ ସ୍କୋର ଅପରାଜିତ ୨୪୯ ରନ୍ କରିଥିଲେ।
ଦତ୍ତାଜିରାଓ ୨୦୧୬ରେ ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ହୋଇଥିଲେ। ତାଙ୍କ ପୂର୍ବରୁ ଦୀପକ ଶୋଧନ ଭାରତର ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ଥିଲେ। ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶୋଧନଙ୍କ ୮୭ ବର୍ଷ ବୟସରେ ଅହମ୍ମଦାବାଦରେ ପରଲୋକ ହୋଇଥିଲା ।
Odisha Govt’s BSKY Wins SKOCH Gold Award
Next ArticleBhadrak: Vigilance Raids Illegal Sawmill; Seizes Valuable Timber worth Rs 8 Lakh
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
