ଫ୍ରାନ୍ସ ପରେ ମରିସସ୍ ଓ ଶ୍ରୀଲଙ୍କାରେ ଆରମ୍ଭ ହେଲା ଭାରତର ‘ୟୁପିଆଇ’ ସେବା
ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବେ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍ ଏହି ଭାରତୀୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ଆପଣାଇଛନ୍ତି । ସୋମବାର ଭାରତର ଏହି ଦୁଇ ପଡ଼ୋଶୀ ଦେଶରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି। ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମରିସସ୍ ଓ ଶ୍ରୀଲଙ୍କାରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଂହେ ଏବଂ [...]
ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବେ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍ ଏହି ଭାରତୀୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ଆପଣାଇଛନ୍ତି । ସୋମବାର ଭାରତର ଏହି ଦୁଇ ପଡ଼ୋଶୀ ଦେଶରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି।
ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମରିସସ୍ ଓ ଶ୍ରୀଲଙ୍କାରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଂହେ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଯୋଗ ଦେଇଥିଲେ। ଏହି ଅବସରରେ ମୋଦୀ କହିଛନ୍ତି, ମୁଁ ନିଶ୍ଚିତ ଯେ ୟୁପିଆଇ ସିଷ୍ଟମରୁ ଶ୍ରୀଲଙ୍କା ଏବଂ ମରିସସ୍ ଉପକୃତ ହେବେ। ଭାରତରେ ଡିଜିଟାଲ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ‘ପଡୋଶୀ ପ୍ରଥମ’ ନୀତି ଉପରେ ଭାରତର ପ୍ରାଥମିକତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ମୋଦୀ ।
ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଦ୍ବାରା ଏହି ଦୁଇ ଦେଶ ଯାତ୍ରା କରୁଥିବା ଭାରତୀୟ ନାଗରିକ ଓ ଭାରତ ଯାତ୍ରା କରୁଥିବା ଏହି ଉଭୟ ଦେଶର ନାଗରିକଙ୍କ ପାଇଁ ୟୁପିଆଇ ସେବା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ବିକଶିତ ‘ୟୁପିଆଇ’ ହେଉଛି ମୋବାଇଲ୍ ଫୋନ୍ ମାଧ୍ୟମରେ ଏକ ତ୍ୱରିତ ରିଅଲ୍ ଟାଇମ୍ ପେମେଣ୍ଟ ପ୍ରଣାଳୀ | ୟୁପିଆଇ ମାଧ୍ୟମରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ଗୋଟିଏ ବ୍ୟାଙ୍କରୁ ଆଉ ଗୋଟିଏ ବ୍ୟାଙ୍କକୁ ସହଜରେ ଟଙ୍କା ପଠାଯାଇ ପାରିବ । ଭାରତରେ ୨୦୧୬ରେ ଏହି ପେମେଣ୍ଟ ସେବା ଆରମ୍ଭ ହୋଇଥିଲା ।
କ୍ୟାବିନେଟ ବୈଠକ: ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର
Next ArticleOdisha Cabinet Approves Rs 656.73 Cr for EKAMRA Scheme
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
