ଅଯୋଧ୍ୟା ରାମ ମନ୍ଦିରକୁ ଜଗିବ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ପାଞ୍ଚ କିଲୋମିଟର ଯାଏଁ ଶତ୍ରୁଙ୍କ ଉପରେ ରଖିବ ନଜର
ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ବର୍ତ୍ତମାନ ଠୋସ୍ ପଦକ୍ଷେପ ନିଆଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ପୋଲିସର ସ୍ୱତନ୍ତ୍ର କମାଣ୍ଡୋ ମୁତୟନ ହୋଇଛନ୍ତି। ଖୁବ୍ ଶୀଘ୍ର ୟୁପି ପୋଲିସ ଏଠାରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ସ୍ଥାପନ କରିବ। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲରୁ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ କିଣିବ। ଏହି ଡିଲ୍ ସମ୍ପ୍ରତି ଶେଷ ପର୍ଯ୍ୟାୟରେ ଅଛି | ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ଆଣ୍ଟ୍ରି ଡ୍ରୋନ୍ [...]
ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ବର୍ତ୍ତମାନ ଠୋସ୍ ପଦକ୍ଷେପ ନିଆଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ପୋଲିସର ସ୍ୱତନ୍ତ୍ର କମାଣ୍ଡୋ ମୁତୟନ ହୋଇଛନ୍ତି। ଖୁବ୍ ଶୀଘ୍ର ୟୁପି ପୋଲିସ ଏଠାରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ସ୍ଥାପନ କରିବ। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲରୁ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ କିଣିବ। ଏହି ଡିଲ୍ ସମ୍ପ୍ରତି ଶେଷ ପର୍ଯ୍ୟାୟରେ ଅଛି |
ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ଆଣ୍ଟ୍ରି ଡ୍ରୋନ୍ ସିଷ୍ଟମ ବ୍ୟବହାର କରାଯାଇଥିଲା | ସେତେବେଳେ ୟୁପି ପୋଲିସ ଏସପିଜି ଓ ଏନଏସଜିରୁ ଏହି ସିଷ୍ଟମ ଭଡ଼ାରେ ଆଣିଥିଲା। ଏବେ ୟୁପି ପୋଲିସ ଏହି ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି। ବହୁଥର ଟ୍ରାଏଲ୍ ପରେ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍ କିଣିବାକୁ ଚୂଡ଼ାନ୍ତ ହୋଇଛି। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲ ଠାରୁ ୧୦ଟି ଆଣ୍ଟି-ଡ୍ରୋନ୍ ସିଷ୍ଟମ କିଣିବ। ଅଯୋଧ୍ୟା ବ୍ୟତୀତ ମଥୁରା, ଲକ୍ଷ୍ନୌ ଏବଂ ବାରାଣସୀ ପରି ଅତି ସମ୍ବେଦନଶୀଳ ସ୍ଥାନରେ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ମୁତୟନ କରାଯିବ |
ଆଣ୍ଟି ଡ୍ରୋନ୍ ସିଷ୍ଟମ ୩ ରୁ ୫ କିଲୋମିଟର ପରିସର ଭିତରେ ଯେକୌଣସି ଡ୍ରୋନକୁ ଧ୍ବଂସ କରିପାରିବ | ଏଥିରେ ଯେକୌଣସି ଡ୍ରୋନ୍ ଚିହ୍ନଟ କରିବାର କ୍ଷମତା ଅଛି | ଏହା ଏକ ଲେଜର ଆଧାରିତ ସିଷ୍ଟମ ଯାହା ଡ୍ରୋନକୁ ଚିହ୍ନଟ କରି ନଷ୍ଟ କରିପାରେ | ଏହାଛଡ଼ା ଏହି ସିଷ୍ଟମରେ ଶତ୍ରୁ ଡ୍ରୋନ୍ ହ୍ୟାକ୍ କରିବାର କ୍ଷମତା ମଧ୍ୟ ରହିଛି।
ଆଜି ୫ ଜିଲ୍ଲାର ୩୪୩ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Next Articleକେନ୍ଦ୍ର ମନ୍ତ୍ରୀଙ୍କ ଦାବି, ଆସନ୍ତା ସପ୍ତାହରୁ ଦେଶରେ ଲାଗୁ ହେବ ସିଏଏ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
