ଇସ୍ରୋର ପାଣିପାଗ ଉପଗ୍ରହ ‘ଇନସାଟ୍-୩ଡିଏସ୍’ର ସଫଳ ଉତକ୍ଷେପଣ
ଶ୍ରୀହାରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଇନସାଟ୍-୩ଡିଏସ୍ ନାମକ ଉପଗ୍ରହର ସଫଳ ଉତକ୍ଷେପଣ କରିଛି । ଏହି ଉପଗ୍ରହ ଆଗାମୀ ୧୦ ବର୍ଷ ପାଇଁ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବ । ଏହି ଉପଗ୍ରହକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଅପରାହ୍ନ ୫.୩୫ରେ ଉତକ୍ଷେପଣ କରାଯାଇଥିଲା | ଜିଏସ୍ଏଲଭି ଏମକେ-୨ ରକେଟରୁ ଏହି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା । ଏହା ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥ (ଜିଟିଓ) ଅର୍ଥାତ୍ ପୃଥିବୀର ଉପର କକ୍ଷପଥରେ [...]
ଶ୍ରୀହାରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଇନସାଟ୍-୩ଡିଏସ୍ ନାମକ ଉପଗ୍ରହର ସଫଳ ଉତକ୍ଷେପଣ କରିଛି । ଏହି ଉପଗ୍ରହ ଆଗାମୀ ୧୦ ବର୍ଷ ପାଇଁ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବ । ଏହି ଉପଗ୍ରହକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଅପରାହ୍ନ ୫.୩୫ରେ ଉତକ୍ଷେପଣ କରାଯାଇଥିଲା | ଜିଏସ୍ଏଲଭି ଏମକେ-୨ ରକେଟରୁ ଏହି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା । ଏହା ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥ (ଜିଟିଓ) ଅର୍ଥାତ୍ ପୃଥିବୀର ଉପର କକ୍ଷପଥରେ ୧୯ ମିନିଟ୍ ୧୩ ସେକେଣ୍ଡରେ ପହଞ୍ଚିଛି ।
୧ ଜାନୁଆରୀ ୨୦୨୪ରେ ପିଏସ୍ଏଲଭି-ସି୫୮ / ଏକ୍ସପୋସାଟ୍ ମିଶନ୍ ପରେ ଏହା ଚଳିତ ବର୍ଷ ଇସ୍ରୋର ଦ୍ୱିତୀୟ ମିଶନ୍ । ଏହା ଇନସାଟ୍-୩ଡି ସିରିଜର ସପ୍ତମ ଉତକ୍ଷେପଣ । ଏହି ସିରିଜର ଶେଷ ଉପଗ୍ରହ, ଇନସାଟ୍-୩ଡିଆର୍ ୮ ସେପ୍ଟେମ୍ବର ୨୦୧୬ରେ ମହାକାଶକୁ ପ୍ରେରଣ କରାଯାଇଥିଲା ।
Odisha: Veterinary Doctors Call off Strike
Next ArticleBe Absolutely Impartial, Transparent and Accessible to All Parties Equally: ECI to Collectors, SPs
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
