‘ଚାପ ଓ ରାଜନୀତି’ ନେଇ ରାହୁଲଙ୍କ ଚେତାବନୀ ପରେ ଟିମ୍ ଇଣ୍ଡିଆ କୋଚ୍ ଦୌଡ଼ରୁ ଓହରିଲେ ଜଷ୍ଟିନ ଲାଙ୍ଗର୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଆଗ୍ରହୀ ଥିଲେ । ହେଲେ ଏହି ପଦ ସହ ଜଡିତ ‘ଚାପ ଏବଂ ରାଜନୀତି’ ନେଇ କେ.ଏଲ୍ ରାହୁଲ ତାଙ୍କୁ ସତର୍କ କରାଇବା ପରେ ସେ ଟିମ୍ ଇଣ୍ଡିଆ କୋଚ୍ ହେବା ଇଚ୍ଛା ଛାଡ଼ି ଦେଇଛନ୍ତି । ଆଇପିଏଲର ଚଳିତ ସିଜନରେ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ତୁଲାଇଥିଲେ ଲାଙ୍ଗର । ‘ବିବିସି ଷ୍ଟମ୍ପଡ୍’ [...]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଆଗ୍ରହୀ ଥିଲେ । ହେଲେ ଏହି ପଦ ସହ ଜଡିତ ‘ଚାପ ଏବଂ ରାଜନୀତି’ ନେଇ କେ.ଏଲ୍ ରାହୁଲ ତାଙ୍କୁ ସତର୍କ କରାଇବା ପରେ ସେ ଟିମ୍ ଇଣ୍ଡିଆ କୋଚ୍ ହେବା ଇଚ୍ଛା ଛାଡ଼ି ଦେଇଛନ୍ତି ।
ଆଇପିଏଲର ଚଳିତ ସିଜନରେ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ତୁଲାଇଥିଲେ ଲାଙ୍ଗର । ‘ବିବିସି ଷ୍ଟମ୍ପଡ୍’ ନାମକ ପଡକାଷ୍ଟକୁ ଲାଙ୍ଗର କହିଛନ୍ତି, ଭାରତୀୟ ଦଳର ମୁଖ୍ୟ କୋଚ୍ ଏକ ଚମତ୍କାର ଅନୁଭୂତି ହୋଇଥାନ୍ତା। ମୁଁ ଚାରି ବର୍ଷ ଧରି ଅଷ୍ଟ୍ରେଲୀୟ ଦଳର କୋଚ୍ ଥିଲି । କିନ୍ତୁ ଏହି କାମ ଅତ୍ୟନ୍ତ କ୍ଲାନ୍ତ ଦାୟକ | ତଥାପି କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ସେ କହିଛନ୍ତି, “ଯେତେବେଳେ ମୁଁ କେ.ଏଲ୍ ରାହୁଲଙ୍କ ସହ କଥା ହେଉଥିଲି, ସେ ମୋତେ କହିଥିଲେ ଯେ ଯଦି ଆପଣ ଆଇପିଏଲ୍ ଦଳରେ ଚାପ ଓ ରାଜନୀତି ଅନୁଭବ କରୁଛନ୍ତି, ତେବେ ଭାରତୀୟ ଦଳର କୋଚିଂ କାମରେ ଏହାଠାରୁ ହଜାରେ ଗୁଣ ଚାପ ଓ ରାଜନୀତି ରହିଛି । ଏହା ଏକ ଭଲ ପରାମର୍ଶ ଥିଲା | ଏହି କାମ ଆକର୍ଷଣୀୟ। କିନ୍ତୁ ବର୍ତ୍ତମାନ ମୁଁ ଏହି ପଦ ଦୌଡ଼ରେ ନାହିଁ ବୋଲି ଲାଙ୍ଗର୍ କହିଛନ୍ତିି।
ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ନିକଟରେ ଆବେଦନ ଆହ୍ବାନ କରିଥିଲା । ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ମଇ । ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ ।
There is a Limit to Amount of Lies BJP Can Tell: Naveen
Next ArticleOdisha Elections 2024: CM Naveen Campaigns in Rairangpur
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
