न्यूज़रूम ओडिशा
ब्रेकिंग
ओडिया समाचार

ଅଶ୍ଳୀଳ ଭିଡିଓ ମାମଲାରେ ପୁଣି ମୋଦୀଙ୍କୁ ଚିଠି ଲେଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ ଦାବି

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବା ସହ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ପ୍ରଜ୍ବଳ ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଏପ୍ରିଲ [...]

Admin•23 मई 2024
Share Article:

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବା ସହ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।

ପ୍ରଜ୍ବଳ ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଏପ୍ରିଲ ୨୭ରେ ନିଜ ଡିପ୍ଲୋମାଟିକ୍ ପାସପୋର୍ଟ ବ୍ୟବହାର କରି ଦେଶ ଛାଡ଼ି ଜର୍ମାନୀକୁ ପଳାଇଥିଲେ। ପ୍ରଜ୍ବଳ ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି। ସେ ହାସନରୁ ସାଂସଦ ଅଛନ୍ତି। ଏଥର ମଧ୍ୟ ଏହି ଲୋକସଭା ଆସନରୁ ସେ ଏନଡିଏ ପ୍ରାର୍ଥୀ ହୋଇଥିଲେ ।

#Odia#Odisha#News
Share Article:

Related Articles