न्यूज़रूम ओडिशा
ब्रेकिंग
ओडिया समाचार

କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟକା । ରାଉଜ୍‌ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇ ନାହାଁନ୍ତି | ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କବିତା ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ଗତ ମଙ୍ଗଳବାର କବିତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। [...]

Admin•8 अप्रैल 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟକା । ରାଉଜ୍‌ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇ ନାହାଁନ୍ତି | ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କବିତା ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ଗତ ମଙ୍ଗଳବାର କବିତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୧୫ରେ କବିତାଙ୍କୁ ହାଇଦ୍ରାବାଦର ବନଜାରା ହିଲ୍ସ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା।

#Odia#Odisha#News
Share Article:

Related Articles