ଆପକୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)କୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ୍ ଝାଡ଼ୁ’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦାବି କରିଛନ୍ତି। ବିଜେପି ମୁଖ୍ୟାଳୟ ଆଡ଼କୁ ‘ଆପ୍’ ର ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦଳର କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଗକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ। ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ଆମ୍ [...]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)କୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ୍ ଝାଡ଼ୁ’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦାବି କରିଛନ୍ତି। ବିଜେପି ମୁଖ୍ୟାଳୟ ଆଡ଼କୁ ‘ଆପ୍’ ର ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦଳର କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଗକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ। ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି।
କେଜ୍ରିୱାଲ କହିଛନ୍ତି, “ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତିତ ଅଛନ୍ତି। ଦଳ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି | ଆମ ଦଳକୁ ଭାଙ୍ଗିବା ପାଇଁ ସେ ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛନ୍ତି । ଆଗାମୀ ସମୟରେ ଆମ ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଯିବ। ଆମ କାର୍ଯ୍ୟାଳୟ ମଧ୍ୟ ଆମଠାରୁ ଛଡ଼ାଇ ନିଆଯିବ ଏବଂ ଆମକୁ ଫୁଟପାଥକୁ ଠେଲି ଦିଆଯିବ। ”
ସେ ଦଳର କର୍ମୀ ଏବଂ ନେତାମାନଙ୍କୁ କହିଛନ୍ତି, “ଆମ ସାମ୍ନାରେ ଆଗକୁ ବଡ଼ ଚ୍ୟାଲେଞ୍ଜ ଆସିବ। ତାହାର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ଗୋଟିଏ କଥା ମନେରଖନ୍ତୁ ଯେ ଅତୀତରେ ଆମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା | ଆମ ଉପରେ ଭଗବାନ ହନୁମାନଙ୍କ ଆଶୀର୍ବାଦ ଅଛି ନଚେତ୍ ଆମେ ସେମାନଙ୍କଠାରୁ ରକ୍ଷା ପାଇ ପାରିନଥାନ୍ତୁ … ଆମକୁ ସତ୍ୟର ପଥରେ ଚାଲିବାକୁ ପଡ଼ିବ। ଆମେ ସମାଜ ପାଇଁ କାମ କରିବାକୁ ଚାହୁଁଛୁ। ”
ଅବକାରୀ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନରେ ଆସିଥିବା କେଜ୍ରିୱାଲ ଶନିବାର କହିଥିଲେ ଯେ ସେ ଅନ୍ୟ ଆପ୍ ନେତାଙ୍କ ସହ ମେ ୧୯ରେ ବିଜେପି ମୁଖ୍ୟାଳୟକୁ ଯିବେ, ଯାହା ଦ୍ବାରା ପ୍ରଧାନମନ୍ତ୍ରୀ ଆମ ମଧ୍ୟରୁ ଯାହାକୁ ଚାହିଁବେ ଜେଲକୁ ପଠାଇ ପାରିବେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜେଲ୍ ଭରୋ ଡ଼ାକରା ପରେ ଆପର ବହୁ ନେତା ଓ କର୍ମୀ ରବିବାର ବିଜେପି ମୁଖ୍ୟାଳୟ ଆଡକୁ ଯିବାବେଳେ ବାଟରେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।
Weapon of BJD is Development: Naveen at Anandapur
Next ArticleOdisha DGP Reassures Preparedness for Free and Fair Elections
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
