न्यूज़रूम ओडिशा
ब्रेकिंग
ओडिया समाचार

ହାଇକୋର୍ଟରୁ ଝଟକା ପରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଝଟକା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଥିଲେ। କେଜ୍ରିୱାଲ ସୁପ୍ରିମକୋର୍ଟରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିବେ। ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗତକାଲି ଖାରଜ କରିଥିଲେ। କୋର୍ଟ କହିଥିଲେ କେଜ୍ରିୱାଲଙ୍କ‌ ଗିରଫ ବୈଧ । ଅବକାରୀ ଦୁର୍ନୀତି ସହ ତାଙ୍କର ସିଧାସଳଖ ସମ୍ପୃକ୍ତି ଥିଲା [...]

Admin•10 अप्रैल 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଝଟକା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଥିଲେ। କେଜ୍ରିୱାଲ ସୁପ୍ରିମକୋର୍ଟରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିବେ।

ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗତକାଲି ଖାରଜ କରିଥିଲେ। କୋର୍ଟ କହିଥିଲେ କେଜ୍ରିୱାଲଙ୍କ‌ ଗିରଫ ବୈଧ । ଅବକାରୀ ଦୁର୍ନୀତି ସହ ତାଙ୍କର ସିଧାସଳଖ ସମ୍ପୃକ୍ତି ଥିଲା । ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ସେ ଷଡ଼ଯନ୍ତ୍ର ରଚିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଲାଗି ଇଡି ପାଖରେ ଯଥେଷ୍ଟ ପ୍ରମାଣ ଥିଲା। ତାଙ୍କ ଇଡି ରିମାଣ୍ଡ ମଧ୍ୟ ବେଆଇନ ନୁହେଁ ବୋଲି କୋର୍ଟ ମତବ୍ୟକ୍ତ କରିଥିଲେ।

କେଜ୍ରିୱାଲ ତାଙ୍କ ଗିରଫ ସହ ଇଡି ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା।

କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଶେଷ ହେବା ପରେ ଏପ୍ରିଲ ୧ରେ ଟ୍ରାଏଲ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

#Odia#Odisha#News
Share Article:

Related Articles