न्यूज़रूम ओडिशा
ब्रेकिंग
ओडिया समाचार

ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି ପାଇଁ କେଜ୍ରିୱାଲଙ୍କ ଆବେଦନ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତାଙ୍କର ପିଇଟି-ସିଟି ସ୍କାନ୍ କରାଇବେ। ତେଣୁ ଆତ୍ମସମର୍ପଣ କରିବାକୁ ଆଉ ୭ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ [...]

Admin•27 मई 2024
Share Article:

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତାଙ୍କର ପିଇଟି-ସିଟି ସ୍କାନ୍ କରାଇବେ। ତେଣୁ ଆତ୍ମସମର୍ପଣ କରିବାକୁ ଆଉ ୭ ଦିନ ସମୟ ଦିଆଯାଉ।

ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଜାମିନ ଦିଆଯାଇଥିଲା। ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କହିଥିଲେ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଇଡି ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ୯ଟି ସମନ ଜାରି କରିଥିଲା। ତେବେ କେଜ୍ରିୱାଲ ଥରେ ମଧ୍ୟ ଇଡିରେ ହାଜର ହୋଇନଥିଲେ। କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ କରିଛି ଯେ କେଜ୍ରିୱାଲ ଏହି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।

#Odia#Odisha#News
Share Article:

Related Articles