କେରଳର ରାସନ ଦୋକାନ ଗୁଡ଼ିକରେ ଲାଗିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ସେଲଫି ପଏଣ୍ଟ୍
ଥିରୁଭନନ୍ତପୁରମ୍: କେରଳ ସରକାର ରାଜ୍ୟର ରାସନ ଦୋକାନ ଗୁଡ଼ିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଲୋଗୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ସାଇନ୍ ବୋର୍ଡ ଓ ଫ୍ଲେକ୍ସ ବ୍ୟାନର ଲଗାଇବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ରର ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ପାଳନ କରାଯିବ ନାହିଁ। ବିଧାନସଭାରେ ଆଇୟୁଏମ୍ଏଲ୍ ବିଧାୟକ ପି ଅବଦୁଲ ହମିଦଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ସୂଚନା ଦେଇଛନ୍ତି । ବିଜୟନ କହିଛନ୍ତି, “ଲୋକସଭା [...]
ଥିରୁଭନନ୍ତପୁରମ୍: କେରଳ ସରକାର ରାଜ୍ୟର ରାସନ ଦୋକାନ ଗୁଡ଼ିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଲୋଗୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ସାଇନ୍ ବୋର୍ଡ ଓ ଫ୍ଲେକ୍ସ ବ୍ୟାନର ଲଗାଇବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ରର ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ପାଳନ କରାଯିବ ନାହିଁ। ବିଧାନସଭାରେ ଆଇୟୁଏମ୍ଏଲ୍ ବିଧାୟକ ପି ଅବଦୁଲ ହମିଦଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ସୂଚନା ଦେଇଛନ୍ତି ।
ବିଜୟନ କହିଛନ୍ତି, “ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ବିଜେପି ‘ମୋଦୀ ସେଲଫି ପଏଣ୍ଟ’କୁ ନିଜର ନିର୍ବାଚନ ପ୍ରଚାରର ଏକ ଅଂଶବିଶେଷ କରିଛି । ଆମେ କେନ୍ଦ୍ର ସରକାରଙ୍କୁ ଏହା ଜଣାଇବୁ ଯେ ଏହା (ମୋଦୀ ସେଲଫି ପଏଣ୍ଟ୍) ଠିକ୍ ନୁହେଁ। ଏହାକୁ ଲାଗୁ କରିହେବନି। ଏହି ପ୍ରସଙ୍ଗରେ ଆମେ ନିର୍ବାଚନ କମିଶନଙ୍କ ନିକଟକୁ ଯିବୁ କି ନାହିଁ ତାହା ମଧ୍ୟ ବିଚାର କରିବୁ । ”
ଏହା ପୂର୍ବରୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜିଆର୍ ଅନୀଲ କହିଥିଲେ ଯେ କେରଳର ୧୪,୦୦୦ରୁ ଅଧିକ ରାସନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଫ୍ଲେକ୍ସ ଓ ବ୍ୟାନର ପ୍ରଦର୍ଶନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଜାରି କରିଛି।
ସେ କହିଥିଲେ ମନୋନୀତ ୫୫୦ ରାସନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ‘ସେଲଫି ପଏଣ୍ଟ’ ନିର୍ମାଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ଯାଞ୍ଚ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କହିଛି କେନ୍ଦ୍ର । ଏହାଛଡ଼ା କେନ୍ଦ୍ର ଏହାର ଲୋଗୋ ଥିବା କ୍ୟାରି ବ୍ୟାଗ୍ ବ୍ୟବହାର କରିବାକୁ ନିର୍ଦ୍ଦେଶନାମା ଜାରି କରିଛି |
ନିର୍ବାଚନ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରର ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଅନିଲ କହିଛନ୍ତି।
ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଆସ୍ଥା ଜିତିଲେ ନୀତୀଶ କୁମାର
Next ArticleC&T Department Bags SKOCH Gold Award for Global Connectivity
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
