न्यूज़रूम ओडिशा
ब्रेकिंग
ओडिया समाचार

ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖଡ଼ଗେ

ନୂଆଦିଲ୍ଲୀ: ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ବିରୋଧରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଆରଟିଆଇ ଜରିଆରେ ମିଳିଥିବା ସୂଚନାରୁ ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ହେଉଥିବା ଖଡ଼ଗେ ଏହି ଚିଠିରେ ଦାବି କରିଛନ୍ତି। ଆରଟିଆଇ ସୂଚନା ମୁତାବକ ସରକାର ଆଉ ୪୦ଟି ସୈନିକ ସ୍କୁଲ ଖୋଲିବା ପାଇଁ ଘରୋଇ ବ୍ୟକ୍ତି ଓ ଅନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏଥି ମଧ୍ୟରୁ ୬୨ ପ୍ରତିଶତରୁ ଅଧିକ ଏମ୍ଓୟୁ ବିଜେପି ଏବଂ [...]

Admin•11 अप्रैल 2024
Share Article:

ନୂଆଦିଲ୍ଲୀ: ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ବିରୋଧରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଆରଟିଆଇ ଜରିଆରେ ମିଳିଥିବା ସୂଚନାରୁ ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ହେଉଥିବା ଖଡ଼ଗେ ଏହି ଚିଠିରେ ଦାବି କରିଛନ୍ତି।

ଆରଟିଆଇ ସୂଚନା ମୁତାବକ ସରକାର ଆଉ ୪୦ଟି ସୈନିକ ସ୍କୁଲ ଖୋଲିବା ପାଇଁ ଘରୋଇ ବ୍ୟକ୍ତି ଓ ଅନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏଥି ମଧ୍ୟରୁ ୬୨ ପ୍ରତିଶତରୁ ଅଧିକ ଏମ୍ଓୟୁ ବିଜେପି ଏବଂ ଆରଏସ୍ଏସ୍ ସହ ଜଡିତ ଲୋକଙ୍କ ସହ କରାଯାଇଛି ବୋଲି ଖଡ଼ଗେ ଦାବି କରିଛନ୍ତିି। ଏମାନଙ୍କ ମଧ୍ୟରେ କିଛି ମୁଖ୍ୟମନ୍ତ୍ରୀଙ୍କ ପରିବାର, ବହୁ ବିଧାୟକ, ବିଜେପି ଏବଂ ଆରଏସଏସ ଅଧିକାରୀ ଅଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ସୈନ୍ୟ ବାହିନୀ ଉପରେ ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଲଦିବାକୁ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତିି ଖଡ଼ଗେ । ସୈନ୍ୟ ବାହିନୀକୁ କୌଣସି ରାଜନୈତିକ ବିଚାରଧାରା ଓ ଆଦର୍ଶରୁ ଦୂରେଇ ରଖିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରୁ ସୈନିକ ସ୍କୁଲର ଘରୋଇକରଣ ପଦକ୍ଷେପରୁ ତୁରନ୍ତ ଓହରିବାକୁ ଖଡ଼ଗେ ରାଷ୍ଟ୍ରପତିଙ୍କୁ ଚିଠିରେ କହିଛନ୍ତି।

#Odia#Odisha#News
Share Article:

Related Articles