କେକେଆର୍ ଆଇପିଏଲ୍ ଚାମ୍ପିୟନ, ସନରାଇଜର୍ସକୁ ହରାଇ ଜିତିଲା ତୃତୀୟ ଟାଇଟଲ୍
ଚେନ୍ନାଇ: ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍-୨୦୨୪ର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଏକତରଫା ଫାଇନାଲରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଛି। ଦଳ ୧୦ ବର୍ଷ ପରେ ଜିତିଛି ଆଇପିଏଲ୍ ଟ୍ରଫି | ଶେଷ ଥର କେକେଆର୍ ଗୌତମ ଗମ୍ଭୀରଙ୍କ ନେତୃତ୍ଵରେ ୨୦୧୪ରେ ଚାମ୍ପିୟନ ହୋଇଥିଲା। ଏବେ ଗମ୍ଭୀର ଦଳର ମେଣ୍ଟର ରହିଥିବା ବେଳେ କେକେଆର୍ ପୁଣି ଟାଇଟଲ ଜିତିଛି। ରବିବାର [...]
ଚେନ୍ନାଇ: ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍-୨୦୨୪ର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଏକତରଫା ଫାଇନାଲରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଛି। ଦଳ ୧୦ ବର୍ଷ ପରେ ଜିତିଛି ଆଇପିଏଲ୍ ଟ୍ରଫି | ଶେଷ ଥର କେକେଆର୍ ଗୌତମ ଗମ୍ଭୀରଙ୍କ ନେତୃତ୍ଵରେ ୨୦୧୪ରେ ଚାମ୍ପିୟନ ହୋଇଥିଲା। ଏବେ ଗମ୍ଭୀର ଦଳର ମେଣ୍ଟର ରହିଥିବା ବେଳେ କେକେଆର୍ ପୁଣି ଟାଇଟଲ ଜିତିଛି।
ରବିବାର ଚେପକରେ ଅନୁଷ୍ଠିତ ଫାଇନାଲରେ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ୧୮.୩ ଓଭରରେ ମାତ୍ର ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଇପିଏଲ ଫାଇନାଲ ଇତିହାସରେ ଏହା ଥିଲା ସର୍ବନିମ୍ନ ସ୍କୋର । ଜବାବରେ କେକେଆର୍ କେବଳ ୧୦.୩ ଓଭରରେ ୨ ୱିକେଟ୍ ହରାଇ ଟାଇଟଲ୍ ମ୍ୟାଚ୍ ଜିତି ନେଇଥିଲା। ସୁନୀଲ ନାରାୟଣ (୬) ଶୀଘ୍ର ଆଉଟ୍ ହୋଇଯାଇଥିଲେ ମଧ୍ୟ କେକେଆର୍ ଅନାୟସରେ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭେଙ୍କଟେଶ ଆୟର ୨୬ ବଲରେ ୫୨ ରନର ଅପରାଜିତ ଇନିଂସ ଖେଳିଥିଲେ। ରହମନୁଲ୍ଲା ଗୁରବାଜ ୩୨ ବଲରେ ୩୯ ରନ୍ କରିଥିଲେ।
ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳର କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପିନଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ସର୍ବାଧିକ ୨୪ ରନ୍ କରିଥିବା ବେଳେ ଏଡେନ ମାର୍କ୍ରାମ୍ ୨୦ ରନ୍ କରିଥିଲେ। କେକେଆର୍ ତରଫରୁ ଅଣ୍ଡ୍ରେ ରସେଲ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।
ଭୁବନେଶ୍ବର ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ
Next Articleଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
