न्यूज़रूम ओडिशा
ब्रेकिंग
ओडिया समाचार

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଛନ୍ତି । ବିସିସିଆଇ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏହି ସୂଚନା ଦେଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁୟାରୀ ୨୫ରୁ ଆରମ୍ଭ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ହାଇଦ୍ରାବାଦରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ତେବେ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ଓହରିବା ଭାରତୀୟ ଦଳ ପାଇଁ ଏକ ଝଟକା‌ । [...]

Admin•22 जनवरी 2024
Share Article:

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଛନ୍ତି । ବିସିସିଆଇ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏହି ସୂଚନା ଦେଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁୟାରୀ ୨୫ରୁ ଆରମ୍ଭ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ହାଇଦ୍ରାବାଦରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ତେବେ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ଓହରିବା ଭାରତୀୟ ଦଳ ପାଇଁ ଏକ ଝଟକା‌ ।

ବିସିସିଆଇ ‘ଏକ୍ଲ’ରେ ଲେଖିଛି, ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ବିରାଟ କୋହଲି ଉପଲବ୍ଧ ହେବେନି। ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହେବେ।

ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ବିସିସିଆଇକୁ ଅନୁରୋଧ କରିଥିଲେ। ବିରାଟ ଏନେଇ ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ସହ କଥା ହୋଇଥିଲେ।

ବିସିସିଆଇ ବିରାଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି ଷ୍ଟାର ଖେଳାଳିଙ୍କୁ ସମର୍ଥନ କରିଛି। ଏହାଛଡ଼ା ବିସିସିଆଇ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଏହି ସମୟରେ ବିରାଟ କୋହଲିଙ୍କ ଗୋପନୀୟତାକୁ ସମ୍ମାନ ଦେବା ସହ ତାଙ୍କ ବ୍ୟକ୍ତିଗତ କାରଣ ସମ୍ପର୍କରେ ଚର୍ଚ୍ଚା ନ କରିବାକୁ ଅନୁରୋଧ କରିଛି।

#Odia#Odisha#News
Share Article:

Related Articles