न्यूज़रूम ओडिशा
ब्रेकिंग
ओडिया समाचार

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ଲାଲୁ

ପାଟନା: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶିବସେନାର ଉଦ୍ଧବ ଠାକରେଙ୍କ ଭଳି ‘ଇଣ୍ଡିଆ’ ମେଣ୍ଟର ବହୁ ନେତା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରୁ ଦୂରେଇ [...]

Admin•18 जनवरी 2024
Share Article:

ପାଟନା: ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ।

ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶିବସେନାର ଉଦ୍ଧବ ଠାକରେଙ୍କ ଭଳି ‘ଇଣ୍ଡିଆ’ ମେଣ୍ଟର ବହୁ ନେତା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରୁ ଦୂରେଇ ରହିବାକୁ ଘୋଷଣା କରିସାରିଛନ୍ତି ।

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ଭାବେ ଯୋଗ ଦେବେ ।

#Odia#Odisha#News
Share Article:

Related Articles