न्यूज़रूम ओडिशा
ब्रेकिंग
ओडिया समाचार

ଲୋକପ୍ରିୟ ଗଜଲ୍ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ: ନିରବି ଗଲେ ପଙ୍କଜ ଉଧାସ । ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉଧାସଙ୍କ ବିୟୋଗ ନେଇ ତାଙ୍କ ଝିଅ ନୟାବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ଲୋକପ୍ରିୟ ଗଜଲ ଗାୟକ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଧାସଙ୍କ ସୋମବାର (ଫେବୃଆରୀ ୨୬) ପୂର୍ବାହ୍ନ ୧୧ଟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କର [...]

Admin•26 फ़रवरी 2024
Share Article:

ମୁମ୍ବାଇ: ନିରବି ଗଲେ ପଙ୍କଜ ଉଧାସ । ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉଧାସଙ୍କ ବିୟୋଗ ନେଇ ତାଙ୍କ ଝିଅ ନୟାବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ଲୋକପ୍ରିୟ ଗଜଲ ଗାୟକ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଧାସଙ୍କ ସୋମବାର (ଫେବୃଆରୀ ୨୬) ପୂର୍ବାହ୍ନ ୧୧ଟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ‘ନାମ୍’ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ “ଚିଠି ଆୟୀ ହୈ”ରୁ ପଙ୍କଜ ଉଧାସଙ୍କୁ ସ୍ବୀକୃତି ମିଳିଥିଲା ।

ପଙ୍କଜ ଉଧାସ ୧୭ ମଇ ୧୯୫୧ରେ ଗୁଜରାଟର ଜେତପୁରରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ‘ନାମ୍’, ‘ସାଜନ୍, ‘ମୋହରା’ ଭଳି ହିଟ୍ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ପଙ୍କଜ ଉଧାସ । ତାଙ୍କୁ ୨୦୦୬ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

#Odia#Odisha#News
Share Article:

Related Articles