ଆଇପିଏଲର ବେଆଇନ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ଉଠିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଜେରା ପାଇଁ ଏପ୍ରିଲ ୨୯ରେ ହାଜର ହେବାକୁ କହିଛି। ଏହି ମାମଲା ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସହ ଜଡ଼ିତ । ଏହି ମାମଲାରେ ଅଭିନେତା ସଞ୍ଜୟ [...]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ଉଠିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଜେରା ପାଇଁ ଏପ୍ରିଲ ୨୯ରେ ହାଜର ହେବାକୁ କହିଛି।
ଏହି ମାମଲା ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସହ ଜଡ଼ିତ । ଏହି ମାମଲାରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏପ୍ରିଲ ୨୩ରେ ସମନ କରିଥିଲା ମହାରାଷ୍ଟ୍ର ସାଇବର ସେଲ୍, କିନ୍ତୁ ସେ ହାଜର ହୋଇନଥିଲେ। ସେଦିନ ସେ ଭାରତରେ ନଥିଲେ ବୋଲି କହି ସଞ୍ଜୟ ଦତ୍ତ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନୂଆ ତାରିଖ ଏବଂ ସମୟ ଦେବାକୁ ଅନୁରୋଧ କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ମ୍ୟାଚର ବେଆଇନ ଷ୍ଟ୍ରିମିଂ ନେଇ ଭାୟାକମ ୧୮ ତରଫରୁ ସେପ୍ଟେମ୍ବର ୨୦୨୩ରେ ଏତଲା ଦିଆଯାଇଥିଲା। ଏକ ବେଟିଂ ଆପ୍ ଫେୟାର ପ୍ଲେ ପ୍ଲାଟଫର୍ମରେ ଆଇପିଏଲର ବେଆଇନ ଷ୍ଟ୍ରିମିଂ ହୋଇଥିବା ଅଭିଯୋଗ ହୋଇଥିଲା । ଯେଉଁ କାରଣରୁ ଭାୟାକମ୧୮କୁ ୧୦୦ କୋଟିରୁ ଅଧିକ କ୍ଷତି ହୋଇଥିଲା ବୋଲି କମ୍ପାନୀ ଦାବି କରିଛି । ଉଲ୍ଲେଖଯୋଗ୍ୟ, ଭାୟାକମ ୧୮ ପାଖରେ ଆଇପିଏଲର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ରହିଛି।
Two Maoists Killed In Encounter In Kantamal’s Padhei Reserve Forest
Next Articleରାଜସ୍ଥାନରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
