न्यूज़रूम ओडिशा
ब्रेकिंग
ओडिया समाचार

ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା, କାରଣ ଲେଖିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଣ୍ଟିବାୟୋଟିକ୍ ଔଷଧ ଲେଖିବା ବେଳେ ଡାକ୍ତରମାନେ ଏଣିକି ଏହାର କାରଣ ସ୍ପଷ୍ଟ କରିବାକୁ ପଡ଼ିବ। ଭାରତରେ ଆଣ୍ଟିବାୟୋଟିକ୍ ଔଷଧର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କ ପାଇଁ ଏପରି ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ଏହାଛଡ଼ା ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଔଷଧ ଦୋକାନୀ ଆଣ୍ଟିବାୟୋଟିକ୍ ଦେବେ ନାହିଁ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଦେଶର ସମସ୍ତ ମେଡିକାଲ୍ କଲେଜ, ମେଡିକାଲ୍ ସଂଘ ଏବଂ ଫାର୍ମାସିଷ୍ଟ [...]

Admin•19 जनवरी 2024
Share Article:

ନୂଆଦିଲ୍ଲୀ: ଆଣ୍ଟିବାୟୋଟିକ୍ ଔଷଧ ଲେଖିବା ବେଳେ ଡାକ୍ତରମାନେ ଏଣିକି ଏହାର କାରଣ ସ୍ପଷ୍ଟ କରିବାକୁ ପଡ଼ିବ। ଭାରତରେ ଆଣ୍ଟିବାୟୋଟିକ୍ ଔଷଧର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କ ପାଇଁ ଏପରି ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ଏହାଛଡ଼ା ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଔଷଧ ଦୋକାନୀ ଆଣ୍ଟିବାୟୋଟିକ୍ ଦେବେ ନାହିଁ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଦେଶର ସମସ୍ତ ମେଡିକାଲ୍ କଲେଜ, ମେଡିକାଲ୍ ସଂଘ ଏବଂ ଫାର୍ମାସିଷ୍ଟ ସଂଘର ଡାକ୍ତରମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

କେବଳ ପଞ୍ଜିକୃତ ଡ଼ାକ୍ତରଙ୍କ ଲେଖିଥିବା ପ୍ରେସକ୍ରିପସନ୍ ଦେଖାଇଲେ ହିଁ ଆଣ୍ଟିବାୟୋଟିକ୍ ଦେବାକୁ ଔଷଧ ଦୋକାନୀଙ୍କୁ କୁହାଯାଇଛି। ଔଷଧ ଦୋକାନୀ ପ୍ରେସକ୍ରିପସନ୍ ବିନା ଆଣ୍ଟିବାୟୋଟିକ୍ ଔଷଧ ବିକ୍ରି କରିବେନି ।

ଆଣ୍ଟିବାୟୋଟିକ୍ ଲେଖିବା ବେଳେ ରୋଗୀଠାରେ ଦେଖାଯାଉଥିବା ଲକ୍ଷଣଗୁଡିକ ସମ୍ପର୍କରେ ଡାକ୍ତରମାନେ ପ୍ରେସକ୍ରିପସନରେ ସଠିକ୍ ସୂଚନା ଦେବେ ‌। ଏହାର ଅପବ୍ୟବହାର କିମ୍ବା ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଡାକ୍ତରମାନେ ଏପରି ଔଷଧର ପ୍ରକୃତ ଉଦ୍ଦେଶ୍ୟ କିମ୍ବା ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମୁତାବକ, ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ଦ୍ବାରା ଶରୀରରେ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ (ଏଏମ୍ଆର) ବା ଔଷଧ ପ୍ରତିରୋଧକ ବ୍ୟାକ୍ଟେରିଆଙ୍କ ପ୍ରଭାବ ବଢ଼ିଯାଏ । ଫଳରେ ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟ କାମ କରିନଥାଏ । ଏହା ସମ୍ପ୍ରତି ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ବୋଲି କହିଛି ଡବ୍ଲୁଏଚ୍ଓ | ଏଏମ୍ଆର ଯୋଗୁଁ ଆଧୁନିକ ଚିକିତ୍ସା ପ୍ରଣାଳୀ ମଧ୍ୟ ପ୍ରଭାବହୀନ ସାବ୍ୟସ୍ତ ହୋଇଛି ।

ଏଏମ୍ଆର୍ କାରଣରୁ ୨୦୧୯ରେ ବିଶ୍ୱବ୍ୟାପୀରେ ୨୭.୧୦ କୋଟି ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୯.୫୦ ଲକ୍ଷ ମୃତ୍ୟୁ ଔଷଧ ପ୍ରତିରୋଧ ସଂକ୍ରମଣ ସହ ଜଡ଼ିତ ଥିଲା ବୋଲି କହିଛି ଡବ୍ଲୁଏଚ୍ଓ ।

#Odia#Odisha#News
Share Article:

Related Articles