न्यूज़रूम ओडिशा
ब्रेकिंग
ओडिया समाचार

ଘରୁ ଭୋଟ ଦେଲେ ମନମୋହନ ସିଂହ, ଆଡଭାନୀ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଚାରି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅବଶିଷ୍ଟ ତିନି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି। ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀରେ ମତଦାନ ଅନୁଷ୍ଠିତ ହେବ। ଏଥର ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରୁ ଭୋଟ୍ ଦେବା ବ୍ୟବସ୍ଥା କରିଛନ୍ତି। ତଦନୁସାରେ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ [...]

Admin•18 मई 2024
Share Article:

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଚାରି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅବଶିଷ୍ଟ ତିନି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି। ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀରେ ମତଦାନ ଅନୁଷ୍ଠିତ ହେବ। ଏଥର ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରୁ ଭୋଟ୍ ଦେବା ବ୍ୟବସ୍ଥା କରିଛନ୍ତି। ତଦନୁସାରେ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ତାଙ୍କ ପତ୍ନୀ ଗୁରୁଶରଣ କୌର ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ନିଜ ଘରୁ ଭୋଟ୍ ଦେଇଛନ୍ତି। ସେହିପରି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବରିଷ୍ଠ ବିଜେପି ନେତା ମୁରଲି ମୋହନ ଯୋଶୀ ମଧ୍ୟ ଘରୁ ମତଦାନ କରିଛନ୍ତିି।

ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଏହି ସବୁ ବୟୋଜ୍ୟେଷ୍ଠ ନେତାମାନଙ୍କ ଘରକୁ ଯାଇ ସେମାନଙ୍କ ଭୋଟ୍ ଗ୍ରହଣ କରିଥିଲେ। ଏହାଛଡ଼ା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ମଧ୍ୟ ଘରୁ ଭୋଟ୍ ଦେଇଥିଲେ। ଦିଲ୍ଲୀର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ (ସିଇଓ) ସମସ୍ତ ୭ଟି ଲୋକସଭା ଆସନରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ(ପିଡବ୍ଲୁଡି)ଙ୍କ ପାଇଁ ଘରୁ ଭୋଟ୍ ଜଣେ ଦେବା ସୁବିଧା କରିଛନ୍ତିି । ଏହି ସୁବିଧା ମେ ୨୪ ପର୍ଯ୍ୟନ୍ତ ଜାରି ରହିବ।

#Odia#Odisha#News
Share Article:

Related Articles