‘ମନ୍ କି ବାତ୍’ରେ ଓଡ଼ିଶା ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ଦେବା ସହ ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇଛି ବୋଲି ସେ କହିଛନ୍ତିି । ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କୁହନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ [...]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ଦେବା ସହ ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇଛି ବୋଲି ସେ କହିଛନ୍ତିି ।
ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କୁହନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ ଅଟକି ଯାଆନ୍ତି, କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁ ସମ୍ପଦ ଯାହା ସମ୍ପର୍କରେ ଅଧିକ ଆଲୋଚନା କରାଯାଇ ନଥାଏ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ କ୍ଷେତ୍ରରେ ଅନେକ ଲୋକ ଛେଳି ପାଳନ ସହ ସମ୍ପୃକ୍ତ। ଏଥିସହ ସେ ଓଡ଼ିଶାର କଳାହାଣ୍ଡି ଜିଲ୍ଳାର ସାଲେଭାଟା ଗାଁର ଉଦାହରଣ ଦେଇଥିଲେ । ଛେଳି ପାଳନ ଏହି ଗାଁର ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି କହିଛନ୍ତି ମୋଦୀ ।
ସେ କହିଛନ୍ତି, “ଏହି ପ୍ରୟାସ ପଛରେ ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ବିରେନ ସାହୁଙ୍କର ବଡ଼ ନିଷ୍ପତ୍ତି ରହିଥିଲା। ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍ ଥିଲେ, କିନ୍ତୁ ସେମାନେ ସେଠାରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗାଁ ଫେରି ଆସିବାକୁ ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେଠାକାର ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ତ ହେବ, ତା’ସହିତ ସେମାନେ ସଶକ୍ତ ମଧ୍ୟ ହୋଇପାରିବେ । ସେବା ଓ ଉତ୍ସର୍ଗୀକୃତ ମନୋଭାବ ସହ ସେମାନେ ‘ମାଣିକାସ୍ତୁ ଏଗ୍ରୋ’ ସ୍ଥାପନ କଲେ ଏବଂ ଚାଷୀଙ୍କ ସହିତ ମିଶି କାମ ଆରମ୍ଭ କରିଦେଲେ । ଜୟନ୍ତୀ ଜୀ ଓ ବୀରେନ୍ ଜୀ ସେଠାରେ ଏକ ନିଆରା ମାଣିକାସ୍ତୁ ଛେଳି ବ୍ୟାଙ୍କ୍ ମଧ୍ୟ ଖୋଲିଛନ୍ତି । ସେମାନେ ଗୋଷ୍ଠୀଗତ ଭାବେ ଛେଳି ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କ ଛେଳିଗୋଠରେ କେଇ ଡଜନ ଛେଳି ଅଛନ୍ତି ।
ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଚାଷୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ତା’ ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ୨ଟି ଛେଳି ଦିଆଯାଏ । ଦୁଇ ବର୍ଷରେ ଛେଳି ୯ରୁ ୧୦ଟି ଛୁଆ ଜନ୍ମ କରନ୍ତି, ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଓ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇଦିଆଯାଏ ଯିଏ ସେଗୁଡ଼ିକୁ ପାଳନ କରନ୍ତି । ଛେଳିଙ୍କ ଲାଳନପାଳନ ପାଇଁ ଜରୁରୀ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ୫୦ଟି ଗାଁର ୧୦୦୦ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦମ୍ପତିଙ୍କ ସହାୟତାରେ ଗାଁର ଲୋକେ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛନ୍ତି । ଏହାଦେଖି ମୋତେ ଖୁସି ଲାଗୁଛି ଯେ ବିଭିନ୍ନ କ୍ଷେତ୍ରରେ ସଫଳ ପେସାଦାରମାନେ ଛୋଟ ଚାଷୀଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୂଆନୂଆ ଉପାୟ ଆପଣାଉଛନ୍ତି । ସେମାନଙ୍କ ଏହି ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ ।
ଆଇଏନ୍ଏଲଡିର ହରିୟାଣା ମୁଖ୍ୟଙ୍କୁ ଗୁଳିକରି ହତ୍ୟା
Next Articleଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
