ରାହୁଲ-କେଜ୍ରିୱାଲଙ୍କୁ ପାକ୍ ସମର୍ଥନ ଗମ୍ଭୀର ବିଷୟ, ତଦନ୍ତ ହେବା ଉଚିତ: ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଏକ ଗମ୍ଭୀର ବିଷୟ ଦର୍ଶାଇ ଏହାର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି ମୋଦୀ। ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ପଦବୀରେ ଅଛି ସେ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ହେବ ବୋଲି [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଏକ ଗମ୍ଭୀର ବିଷୟ ଦର୍ଶାଇ ଏହାର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି ମୋଦୀ। ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ମୋଦୀ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ପଦବୀରେ ଅଛି ସେ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ହେବ ବୋଲି ମୁଁ ଭାବୁନାହିଁ। କିନ୍ତୁ ଏହା ଏକ ଚିନ୍ତାଜନକ ବିଷୟ।
ଭାରତରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ନିକଟରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ୍ ଦଳର ନେତା ଫୱାଦ ଚୌଧୁରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରି ଟ୍ୱିଟ କରିଥିଲେ।
ଚୌଧୁରୀ ରାହୁଲଙ୍କୁ ପ୍ରଶଂସା କରିବା ପରେ ବିଜେପି କଂଗ୍ରେସକୁ ଜୋରଦାର୍ ଆକ୍ରମଣ କରିଥିଲା। ରାହୁଲ ପାକିସ୍ତାନରୁ ନିର୍ବାଚନ ଲଢ଼ିବା ଉଚିତ ବୋଲି କହିଥିଲା ବିଜେପି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆମର ଶତ୍ରୁ ସେମାନେ କାହିଁକି କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହିଁ ପସନ୍ଦ କରନ୍ତି ତାହା ମୁଁ ବୁଝିପାରୁ ନାହିଁ । ପାକିସ୍ତାନର ନାଁ ନ ନେଇ ମୋଦୀ କହିଛନ୍ତି ଯେ ସେଠକାର କିଛି ଲୋକ ହିଁ ଆମର କିଛି ଲୋକଙ୍କୁ ସମର୍ଥନ କରୁଛନ୍ତି।
ଭାରତର ନିର୍ବାଚନ ଏବଂ ଗଣତନ୍ତ୍ର ବେଶ୍ ପରିପକ୍ୱ। ଆମର ଏକ ସୁସ୍ଥ ପରମ୍ପରା ରହିଛି । ଅନ୍ୟ ଦେଶର ଗତିବିଧି ଦ୍ୱାରା ଆମ ମତଦାତା ପ୍ରଭାବିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ନିକଟରେ ଷଷ୍ଠ ପର୍ଯ୍ୟାୟ (ମେ ୨୫) ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପରିବାର ସହ ଭୋଟ୍ ଦେଇଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କେଜ୍ରିୱାଲଙ୍କ ଫଟୋକୁ ରି-ପୋଷ୍ଟ କରି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ଚୌଧୁରୀ ଲେଖିଥିଲେ – “ଶାନ୍ତି ଓ ସୌହାର୍ଦ୍ଦ୍ୟ ଘୃଣା ଏବଂ ଉଗ୍ରବାଦକୁ ପରାସ୍ତ କରୁ, ଏହା ମୋର କାମନା।”
ଫୱାଦ ଚୌଧୁରୀଙ୍କୁ ଜବାବ ଦେଇ କେଜ୍ରିୱାଲ କହିଥିଲେ – ଚୌଧୁରୀ ସାହେବ, ମୁଁ ଏବଂ ମୋ ଦେଶର ଲୋକମାନେ ନିଜ ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ୍ଣ ସମର୍ଥ। ଆପଣଙ୍କ ଟ୍ବିଟ୍ ଆବଶ୍ୟକ ନାହିଁ | ଏବେ ପାକିସ୍ତାନର ଅବସ୍ଥା ବେଶ୍ ଖରାପ। ଆପଣ ନିଜ ଦେଶ ସମ୍ଭାଳନ୍ତୁ। ଭାରତରେ ନିର୍ବାଚନ ଆମ ଆଭ୍ୟନ୍ତରୀଣ ପ୍ରସଙ୍ଗ | ଆତଙ୍କବାଦର ସବୁଠାରୁ ବଡ଼ ପ୍ରାୟୋଜକର ହସ୍ତକ୍ଷେପକୁ ଭାରତ ବରଦାସ୍ତ କରିବ ନାହିଁ। ”
ଏହାଛଡ଼ା ଫୱାଦ ଚୌଧୁରୀ ମେ ୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡ଼ିଓ ସେୟାର କରିଥିଲେ। ଏଥିରେ ରାହୁଲ ଗରିବ, ଚାଷୀ ଏବଂ ବେକାର ଯୁବକମାନଙ୍କ ବିଷୟରେ କହୁଥିଲେ। ରାହୁଲଙ୍କ ଏହି ଭିଡ଼ିଓ ଟ୍ବିଟ୍ କରି ଫୱାଦ ଲେଖିଥିଲେ – ” ରାହୁଲ ଅନ୍ ଫାୟର୍”। ରାହୁଲଙ୍କୁ ପ୍ରଶଂସା କରି ଫୱାଦ ଚୌଧୁରୀଙ୍କ ଏହି ଟ୍ବିଟ୍ ଭାରତରେ ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ବିଶେଷକରି ବିଜେପି ପାକ୍ ନେତାଙ୍କ ଏହି ଟ୍ବିଟ୍ ନେଇ ରାହୁଲ ଓ କଂଗ୍ରେସକୁ ଟାର୍ଗେଟ କରିଥିଲା ।
ଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ
Next Articleବିଜେପିକୁ ପାଣ୍ଡିଆନଙ୍କ ପୁଣି ଜୋରଦାର ଟାର୍ଗେଟ: କହିଲେ ବିଜେପିର ପ୍ରତିଶ୍ରୁତି ସବୁ ଜୁମଲା , ୯ ପ୍ରସଙ୍ଗରେ ବିଜେପିର ସେଲ୍ଫ ଗୋଲ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
